ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରେ ଅବସ୍ଥିତ ବାଲୁଗାଁ କଲେଜର ନାମ ଫଳକରୁ ଅକ୍ଷର ଖସି ଯାଇଥିଲେ ମଧ୍ୟ ଏଥି ପ୍ରତି କାହାରି ଧ୍ୟାନ ନାହିଁ । ବାଲୁଗାଁ କଲେଜ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବରେ ସମଗ୍ର ଓଡିଶାରେ ବେଶ୍ ଆଦୃତ ହୋଇଥିଲା ବେଳେ ଏହାର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମକର୍ତ୍ତା ଓ ପରିଚାଳନା କମିଟିର କାର୍ଯ୍ୟଦକ୍ଷତା ଓ ସମର୍ପଣ ଭାବ ବେଶ ଉଚ୍ଚ କୋଟିର । କଲେଜର ଉନ୍ନତି ପାଇଁ ବହୁତ କିଛି ଅନୁଦାନ ପ୍ରାପ୍ତ ହେଉଥିବା ବେଳେ ବର୍ତ୍ତମାନ ମଧ୍ୟ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ସୌଭାଗ୍ୟର ବିଷୟ ଯେ ରାଜ୍ୟ ସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବ ଖୁବ୍ କମ୍ ଦିନ ତଳେ ଏହି କଲେଜ ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ କଲେଜର ପ୍ରବେଶ ପଥରେ ନିର୍ମାଣ ଗେଟ୍ ଉପରେ ଇଂରାଜୀ ଅକ୍ଷରରେ ଲେଖାଥିବା ବାଲୁଗାଁ କଲେଜ ମଧ୍ୟରୁ ଦୀର୍ଘ ଦିନ ହେଲା ଇ ଅକ୍ଷରଟି ହଜି ଯାଇଥିଲେ ମଧ୍ଯ ତାକୁ ସଂଶୋଧନ କରିବା ପାଇଁ କାହାର ହେଲେ ଦାୟିତ୍ୱବୋଧ ନାହିଁ । ବୋଧହୁଏ କଲେଜ୍ ଭିତରକୁ ଯିବା ସମୟରେ ପ୍ରାୟ ସମସ୍ତଙ୍କର ଦୃଷ୍ଟି ଗୋଚର ନିଶ୍ଚିତ ଭାବେ ହେଉଥିବ, ଏତେ ବଡ ମହୋତ୍ସବରେ ହଜାର ହଜାର ଜନ ସମାଗମ ସହିତ ରାଜ୍ୟର ମନ୍ତ୍ରୀ, ବିଧାୟକ ଓ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ଏବଂ ଚିଲିକା ଭ୍ରମଣରେ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ମାନଙ୍କର ଦୃଷ୍ଟି ଆକର୍ଷଣ ମଧ୍ଯ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ହେଉଥିଵ । ହେଲେ କଲେଜ କର୍ତ୍ତୃପକ୍ଷ ଓ ପରିଚାଳନା କମିଟିକୁ ସତେ ଯେମିତି ଦୃଷ୍ଟି ଗୋଚର ହେଉନାହିଁ । ଗୋଟିଏ ଶିକ୍ଷା ଅନୁଷ୍ଠାନ ପ୍ରତି ଏତେ ବୈମାତୃକ ମନୋଭାବ କାହିଁକି ? ଛୋଟ କାମଟିଏ ଭାବି ଏ ଅବହେଳା କଣ ପାଇଁ ? ଏହି ଛୋଟ ଛୋଟ ଭୁଲ ପାଇଁ ଆମେ କଣ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ଲଜ୍ଵିତ ହେଉନାହେଁ । ତୁରଂତ ଏଥିପ୍ରତି ଦୃଷ୍ଟିଦେଇ ଏହାକୁ ଠିକ୍ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।
ବାଲୁଗାଁ କଲେଜ ମଝିରୁ ଇ ଲେଟର ନେଇଗଲା ମାଙ୍କଡ : କାହାର ଦୃଷ୍ଟି ନାହିଁ !!!

