ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ପରିସରରେ ବ୍ଳକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣୀ ଶିବିରରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତି , ଏଡିଏମ୍ ମନୋଜ କୁମାର ପାଢି , ପିଡି ଦିଗନ୍ତ ରାଉତରାୟ , ଏସ୍ ପି ସିଧାର୍ଥ କାଟରିଆ , ସିଡିଏମ ଆର୍ତ୍ତବଂଧୁ ନାୟକ , ଏବିଡିଓ ସିମାଦ୍ରୀ ପାତ୍ର , ତହସିଲଦାର କୁଞ୍ଜବିହାରୀ ବଡଜେନା , ବାଣପୁର ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇ ୭୨୫ ଜଣ ଅଭିଯୋଗକାରିଙ୍କର ଦରଖାସ୍ତ ଗ୍ରହଣ କରିଥିଲେ ! ପ୍ରଧାନମନ୍ତ୍ରୀ ଓ ବିଜୁ ପକାଘର ଯୋଜନା ର ୫୮୩ ଟି , ରାସନ୍ କାର୍ଡ ୯୧ ଟି , ପାଇଖାନା ୧ ଟି , ଆର୍ଥିକ ସହାୟତା ୨ ଟି , ଏଜିଆରଡି ୧ ଟି ଓ ଭତ୍ତା ଆଦିର ଅଭିଯୋଗ ଶୁଣିବା ସହ ସ୍ଵାସ୍ଥ୍ୟଗତ ସମସ୍ୟା ଥିବା ବ୍ୟକ୍ତିଙ୍କୁ ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଇଓ ସନାତନ ଜାଲି , ସପ୍ଳାଇ ଇନିସ୍ପେକ୍ଟର ଶିବରାମ ବିଶ୍ବାଳ , ବିପିଏମ ଶିବପ୍ରସାଦ ଜାଲି ଙ୍କ ସମେତ ବିଦ୍ୟୁତ , ସ୍ବାସ୍ଥ୍ୟ , ଜଳସେଚନ, ହଟିକଲଚର , ମତ୍ସ୍ୟ ଓ ପଶୁ ସମ୍ପଦ ପ୍ରମୁଖ ବିଭାଗର ଅଧିକାରି ମାନେ ଯୋଗ ଦେଇଥିଲେ ।
ବାଣପୁରରେ ଜିଲ୍ଲାପାଳଙ୍କ ଜନ ଶୁଣାଣୀ ଶିବିର !!!

