ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ପବିତ୍ର ରାହାସ ପୂର୍ଣ୍ଣିମା ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ପିଠା ପଡ଼ା ଅଞ୍ଚଳରେ ଗତ ୯ ତାରିଖ ଠାରୁ ଆରମ୍ଭ କରି 15 ତାରିଖ ପର୍ଯ୍ୟନ୍ତ ରାସବଟ ଠାରେ ନିତ୍ୟ ରାସ ଉତ୍ସବ ବେଶ ଆଡମ୍ବର ରେ ପାଳନ କରାଯାଇଥିବାର ଦେଖିବାକୁ ମିଳିଛି | ରିତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରାଯିବା ସହିତ ସକାଳେ ବାଳ ଭୋଗ, ମଧ୍ୟାହ୍ନ ରେ ଅନ୍ନ ପ୍ରସାଦ ନୀତି , ସଂଧ୍ୟାରେ ଆଳତୀ କରାଯାଇଥିଲା । ପ୍ରତ୍ୟେକ ଦିନ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରତ୍ୟେକ ଦିନ ପ୍ରସାଦ ସେବନ ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ସାତଦିନ ବ୍ୟାପି ପ୍ରଭୁ ଙ୍କ ନିକଟରେ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ଅନୁଷ୍ଠାନ ଦୀର୍ଘ ବର୍ଷ ହେବ ରାହାସ ପୂର୍ଣିମା ତିଥିରେ ଏହି ରାହାସ ଉତ୍ସବ ପାଳନ କରିଆସୁଛି । ରାହାସ ପୂର୍ଣିମା ର ଶେଷ ଦିନରେ ମୁଖ୍ୟ ପ୍ରବଚକ ଭାବେ ଯାଈଫୁଲ ମାଳିକା ର ମୁଖ୍ୟ ପ୍ରବଚକ ବାବା ଦିବାକର ମହାରାଜ ଯୋଗଦାନ କରି ଯାଈଫୁଲ ମାଳିକା ଆଲୋଚନା କରି କାର୍ଯ୍ୟକ୍ରମକୁ ସମ୍ପୂର୍ଣ କରିଥିଲେ |
ବହୁ ଆଡମ୍ବର ରେ ପାଳନ ହେଲା ରାହାସ ପୁର୍ଣିମା !!!

