ଅରପୁର ଗ୍ରାମରେ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କଲେ ପ୍ରଭାତ ତ୍ରିପାଠୀ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଜୀବନ ଶେଷ ପାହାଚ ପର୍ଯ୍ୟନ୍ତ ମୁଁ ବାଙ୍କୀ ବାସୀଙ୍କର ସେବା କରୁଥିବି । ନୂତନ ବାଙ୍କୀ ଗଠନରେ ଯାହା କିଛି ଶ୍ରମ ଓ ତ୍ୟାଗ କରିବାକୁ ପଡେ ମୁଁ ଏବଂ ଲୋକଙ୍କ ବଳ ବିଜୁ ଜନତା ଦଳ ସଦା ସର୍ବଦା କରିଆସିଛି । ଏକଥା ନିଜ ବକ୍ତବ୍ୟରେ ଡମପଡା ବ୍କକର ଅରପୁର ଗ୍ରାମର ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମର ପରିଦର୍ଶନରେ ଆସି ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ କହିଛନ୍ତି । ଦୁଲଣାପୁର ଗ୍ରାମ ପଞ୍ଚାୟତର ଅରପୁର ଗ୍ରାମର “ଅମୃତ ସରୋବର “ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ଥର ଏବଂ ଅଙ୍ଗନବାଡି କେନ୍ଦ୍ରର ନବୀକରଣ ଗୃହର ଉଦଘାଟକ ତଥା ମୂଖ୍ୟ ଅତିଥି ଭାବେ ପ୍ରଭାତ ତ୍ରିପାଠୀ ଯୋଗଦେଇ ଫଳକ ଅନାବରଣ କରିଥିଲେ ।

ଅରପୁର ଗ୍ରାମବାସୀଙ୍କ ତରଫରୁ ଶ୍ରୀ ଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସାଧାରଣ ସଭାରେ ସମ୍ମାନୀତ ଅତିଥି ଭାବେ ଡମପଡା ପଞ୍ଚାୟତ ସମିତର ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ, ଉପାଧ୍ୟକ୍ଷ ଶ୍ରୀମତୀ ଗୀତାଞ୍ଜଳୀ ବେଉରା , ଡମପଡା ବ୍କକ ବିଡିଓ ଶ୍ୟାମଳ କୁମାର ରାୟ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ସାହୁ , ଦୁଲଣାପୁର ସରପଞ୍ଚ ସବିତା ସାହୁ, ପୂର୍ବତନ ବ୍କକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ଯୁବ ସମାଜସେବୀ ଅକ୍ଷୟ ବେହେରା ଯୋଗଦେଇ ଗ୍ରାମ ବିକାଶରେ କିପରି ମହିଳା ମାନଙ୍କର ଅବଦାନ ରହିଛି ତାହାକୁ ନିଜ ବକ୍ତବ୍ୟରେ କହିଥିଲେ ! ସମସ୍ତ ଅତିଥି ଅରପୁର ଗ୍ରାମରେ ଆରମ୍ଭ ହୋଇଥିବା ବିଭିନ୍ନ ସରକାରୀ ପ୍ରକଳ୍ପ ତଥା ରଘୁନାଥ ମନ୍ଦିର ଘର, ଉଦ୍ୟାନ ପରିସର, କଳାପାଟ ମନ୍ଦିର , ଗ୍ରାମ୍ୟ ରାସ୍ତାର କାର୍ଯ୍ୟମାନ କୁ ବୁଲି ଦେଖିଥିଲେ । ଅବସରପ୍ରାପ୍ତ ପୋଲିସ୍ ଅଫିସର ଜୟାନନ୍ଦ ବିଶ୍ବାଳଙ୍କ ସଭାପତିତ୍ବରେ ସଭା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଶେଷରେ ସୁଧାଂଶୁ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଲଣାପୁର ଗ୍ରାମପଞ୍ଚାୟତର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କ ସହିତ ମହିଳା ସଂକିର୍ତ୍ତନ ଦଳର ଯୋଗାଦାନ ପରିବେଶକୁ ଆଧ୍ୟାତ୍ମିକମୟ କରିଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସୌରଭ ନାୟକ, ଶ୍ରୀନିବାସ ନାୟକ, ଅଜୟ ସ୍ବାଇଁ ,ବିପିନ ବିହାରୀ ନାୟକ, ଶ୍ରୀନିବାସ ସ୍ବାଇଁ , ରାମାନନ୍ଦ ନାୟକ, ଭଜବନ ନାୟକ ,ବିଚିତ୍ରା ଦେଇ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *