ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଚଣ୍ଡେଶ୍ୱର ଜଙ୍ଗଲ ମଧ୍ୟରେ ରହିଛି ଆଇ,ଟି,ଆଇ କଲେଜ । ଯାହାର ନାଁ ରହିଛି ଇଷ୍ଟର୍ଣ୍ଣ ଆଇ,ଟି,ଆଇ ସେଣ୍ଟର । ଯେଉଁଠି ବିଦ୍ୟାର୍ଥୀ ମାନଙ୍କୁ ବୈଷୟିକ ତାଲିମ ଶିକ୍ଷା ପ୍ରଦାନ କରାଯାଏ ! ଏହି ଶିକ୍ଷା କେନ୍ଦ୍ର ର ଭିତ୍ତିଭୂମି ନାହିଁ , ପ୍ରଶିକ୍ଷଣ ଦେବା ପାଇଁ ତାଲିମ ପ୍ରାପ୍ତ ଶିକ୍ଷକ ନାହାନ୍ତି , ଲାଇବ୍ରେରୀ ନାହିଁ , ପ୍ରାଟିକାଲ୍ ପାଇଁ କୈ।ଣସି ବ୍ୟବସ୍ଥା ନାହିଁ ତଥାପି କାଗଜପତ୍ର ଦର୍ଶାଇ ବିଦ୍ୟାର୍ଥୀ ମାନଙ୍କୁ ମିଛ ପ୍ରଲୋଭନ ଦେଖାଇ ଏଠାରେ ଆଡମିସନ୍ କରାଯାଏ । ଆଡମିସନ୍ ବେଳେ ଆଇ,ଟି,ଆଇ କଲେଜର କର୍ତ୍ତୃପକ୍ଷ ଅଳ୍ପ ଟଙ୍କା କଥା କୁହନ୍ତି ଏବଂ ଆଡମିସନ୍ ପରେ ଅଧିକ ଟଙ୍କା ଡିମାଣ୍ଡ୍ କରି ଜୁଲୁମ୍ କରନ୍ତି ଆଇ,ଟି,ଆଇ କଲେଜର ପ୍ରିନ୍ସପାଲ୍ । ପାସ୍ ଆଉଟ୍ ପିଲାଙ୍କୁ ସାର୍ଟିଫିକେଟ ବେଳେ ପୁଣି ଅଧିକ ଟଙ୍କା ଡିମାଣ୍ଡ୍ କରନ୍ତି ପ୍ରିନ୍ସପାଲ୍ । ବିଦ୍ୟାର୍ଥୀ ମାନଙ୍କର ମାଟ୍ରିକ ଓରିଜିନାଲ୍ ସାର୍ଟିଫିକେଟ ବନ୍ଧକ ରଖି ଅଧିକ ଟଙ୍କା ଆଦାୟ କରନ୍ତି ଆଇ,ଟି,ଆଇ କଲେଜର ପ୍ରିନ୍ସପାଲ୍ । ଚଣ୍ଡେଶ୍ୱର ଗ୍ରାମରେ ଥିବା ଏହି ବୈଷୟିକ ତାଲିମ ଶିକ୍ଷା କେନ୍ଦ୍ର ର ପ୍ରିନ୍ସପାଲ୍ ଙ୍କ ବିରୁଦ୍ଧରେ ଅଧ୍ୟୟନ କରୁଥିବା ଛାତ୍ର ଏବଂ ପାସ୍ ଆଉଟ୍ ବିଦ୍ୟାର୍ଥୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ନିର୍ଯ୍ୟାତିତ ଓ ଶୋଷଣର ଶିକାର ହେଉଥିବା ବିଦ୍ୟାର୍ଥୀମାନେ ଟାଙ୍ଗୀ ପୋଲିସର ଦ୍ୱାରସ୍ଥ ହେଲେ ମାତ୍ର କୈ।ଣସି ସୁଫଳ ନ-ମିଳିବାରୁ ନିର୍ଯ୍ୟାତିତ ବିଦ୍ୟାର୍ଥୀ ମାନେ ବାଧ୍ୟହୋଇ କଲେଜରେ ତାଲା ଠୁଙ୍କି ଧାରଣା ଦେଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆଲୋଚନା ଜାରି ରଖିଛି । ଅଭିଯୋଗ ଉପରେ ଆଇ,ଟି,ଆଇ କଲେଜର ପ୍ରିନ୍ସପାଲ୍ ପ୍ରବୋଧ କୁମାର ଶ୍ରୀଚନ୍ଦନ କ୍ୟାମେରା ଦେଖି ଚେଇଁ ଉଠିଛନ୍ତି । ସବୁଠିକ୍ ଅଛି କହି ସଫେଇ ଦେଉଛନ୍ତି ପ୍ରିନ୍ସପାଲ୍ ।
ଆଇଟିଆଇ କଲେଜ ରେ ତାଲା ଠୁଙ୍କି ବିଦ୍ୟାର୍ଥୀଙ୍କ ହରତାଳ !!!

