ଜନ ବିକାଶ ତରଫରୁ କରୋନା ସଚେତନତା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ !!!

0
196

Loading

କନ୍ଧମାଳ (ଆୱାଜ଼ ମିଡ଼ିଆ)-ସଞ୍ଜୟ କୁମାର ପାଣିଗ୍ରାହୀ : ସାରା ବିଶ୍ୱ ଆଜି କରୋନା ମହାମାରୀର ଦ୍ୱିତୀୟ ଲହରରେ ଅସ୍ତବ୍ୟସ୍ତ I କରୋନାର ଦ୍ୱିତୀୟ ଲହରରେ ଆମ ଦେଶର ସ୍ଥିତି ସଂଗୀନ ହୋଇପଡିଛି I କରୋନାର ଭୟାବହତା ନେଇ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଛାସେବୀ ସଂଗଠନ ଜନସାଧାରଣଙ୍କୁ ସଚେତନ କରୁଛନ୍ତି I

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜନବିକାଶ ତରଫରୁ ବାଦେକେତା, ଗେଗୁରିପଦର, କୁଡୁପାକିଆ, ବାରଡିକିଆ, ଗହୀଙ୍ଗିଆ, ସାରିକେତା, ସାଇନପଡା ଓ ସଲାଗୁଡା ଗ୍ରାମରେ ଆଞ୍ଚଳିକ ଭାଷା ତଥା କୁଇ ଓ ଓଡ଼ିଆ ଭାଷାରେ ଲୋକମାନଙ୍କୁ କରୋନା ସମ୍ପର୍କିତ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା I

କରୋନା ମହାମାରୀର ଦ୍ୱିତୀୟ ଲହରରେ କିପରି ଭାବରେ ସୁରକ୍ଷିତ ରହିବ ଓ କଣ ସବୁ ସରକାରୀ ନିୟମ ରହିଛି ତାହା ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା I ଜନ ବିକାଶର ଏହି ସଚେତନ କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଗୋଷ୍ଠି ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ସିଡିପିଓ ଦ୍ରୌପତି କହଁର ଓ ଜନ ବିକାଶର ନିର୍ଦେଶକ ଫାଦର ମଦନ ସୁଆଲ ସିଂ ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ l ଏହାସହ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ , ଆଶାକର୍ମୀ, ଅଙ୍ଗନବାଡି ଏବଂ ୱାର୍ଡ ମେମ୍ବର ଙ୍କ ଉପସ୍ଥିତିରେ ଜନବିକାଶ ଦ୍ୱାରା ମାସ୍କ, ସାବୁନ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା I ଏପରି ସମୟରେ ଜନ ବିକାଶ ଲୋକଙ୍କ ପାଖରେ ପହଂଚି ସଚେତନ ଓ ସହାୟତା କରିଥିବାରୁ ବୁଦ୍ଧିଜୀବୀ ଏବଂ ଅଞ୍ଚଳବାସିଙ୍କ ତରଫରୁ ଜନବିକାଶ ଅନୁଷ୍ଠାନକୁ ଧନ୍ୟବାଦ ଏବଂ ପ୍ରଶଂସା କରାଯାଇଛି I

LEAVE A REPLY

Please enter your comment!
Please enter your name here