ରାୟଗଡା (ଆୱାଜ଼ ମିଡ଼ିଆ)- ଆଲୋକ ମହାରଣା : ମହାମାରୀ କରୋନା ମୁକାବିଲାରେ ରାୟଗଡା ଜିଲ୍ଳା ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ରୋଗୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ଆବଶ୍ୟକ ପଡୁଥିବା କିଛି ଉପକରଣ ପ୍ରଦାନ କରି ସହଯୋଗର ହାତ ବଢେଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଫାଉଣ୍ଡେସନ । ସହରରେ ଥିବା ଏସବିଆଇ ମୁଖ୍ୟ ଶାଖା ଏବଂ ଏସବିଆଇ ଫାଉଣ୍ଡେସନ ପକ୍ଷରୁ ୮ଲିଟର କ୍ଷମତା ବିଶିଷ୍ଠ ୫ଟି ୱାଟର ଡିସପେନ୍ସର, ୪୦ଟି ଡକ୍ଟର କ୍ୟାପ୍ ଏବଂ ୨ଟି ଆଲୁମିନିୟମ ସିଡି ପ୍ରଦାନ କରାଯାଇଛି ।
ମୋଟ ୧ଲକ୍ଷ ୬୭ହଜାର ଟଙ୍କାର ଉପକରଣ ଗୁଡିକୁ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଓ ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ପ୍ରଶାସନକୁ ପ୍ରଦାନ କରାଯାଯାଇଥିଲା । ଫଳରେ ଚିକିତ୍ସାଧୀନ ରୋଗୀମାନେ ବହୁତ ଉପକୃତ ହୋଇପାରିବେ । ଏସବିଆଇ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ଉପକରଣ ରୋଗୀଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବାରୁ ଜିଲ୍ଳାପାଳ ଶ୍ରୀ ମିଶ୍ର ଏବଂ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପଣ୍ଡା ଏସବିଆଇ କର୍ତୁପକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ଜିଲ୍ଳାରେ ଥିବା ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୈନିକ କୋଭିଡ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି କୋଭିଡ ରୋଗୀମାନଙ୍କୁ ଗରମ ପାନୀୟ ଜଳର ଆବଶ୍ୟକତା ରହୁଥିବାରୁ ଏହାକୁ ହୃଦୟଙ୍ଗମ କରି ଏସବିଆଇ ପକ୍ଷରୁ ପ୍ରଦାନ କରାଯାଇଛି । ଏହି ଉପକରଣ ପ୍ରଦାନ ବେଳେ ରାୟଗଡ ଏସବିଆଇ’ର ତତ୍କାଳନୀ ଆଂଚଳିକ ପ୍ରବନ୍ଧକ ମାନସ ରଂଜନ ପ୍ରଧାନ, ଏଜିଏମ ସିଦ୍ଧାର୍ଥ ମାଇତି, ନୂତନ ଆଂଚଳିକ ପ୍ରବନ୍ଧକ ଶଶାଙ୍କ ଶେଖର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ ।