ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଆଜି ପୁଣି 76 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ 14 ଜଣ, ଗୋଶାଣି ବ୍ଳକରେ 8 ଜଣ, ଗୁମ୍ମା ବ୍ଳକରୁ 2 ଜଣ, କାଶୀ ନଗର ବ୍ଳକରୁ 14ଜଣ, ମୋହନା ବ୍ଳକରୁ 15 ଜଣ, ନୂଆଗଡ଼ ବ୍ଳକ ରୁ 8 ଜଣ, ଆର.ଉଦୟ ଗିରି ବ୍ଳକରୁ ଜଣେ, ରାୟଗଡ଼ ବ୍ଳକରୁ 13 ଜଣ, ଗଜପତି ରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି . ପଜିଟିଭ ଚିହ୍ନଟ ହେବା ପରେ ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ କୋଭିଡ଼ ହସ୍ପିଟାଲ, କୋଭିଡ଼ କେୟାର ସେଣ୍ଟର ଓ ହୋମ ଆଇସୋଲେସନରେ ରଖା ଯାଇଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।