ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଘାସଡିହ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଭାଟପଡା ଅଞ୍ଚଳର ସୀମାଠାକୁର ଶ୍ରୀ ଶ୍ରୀ ବାବା ଗ୍ରାମେଶ୍ବର ଦେବ, ମା ରାମଚଣ୍ଡୀ ଦେବୀଙ୍କ ବିଶ୍ୱ ଶାନ୍ତି ମହାଯଜ୍ଞ ମହୋତ୍ସବ ରୀତି ନୀତି ଅନୁସାରେ ମଙ୍ଗଳବାର ଠାରୁ ଶୁକ୍ରବାର ଚାରି ଦିନ ବ୍ୟାପି ଧୁମ୍ ଧାମରେ ପାଳିତ ହୋଇଛି ! ଗତକାଲି ସନ୍ଧ୍ୟାରେ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ବିଗତ ଦୁଇ ବର୍ଷର କୋଭିଡ କଟକଣା ଯୋଗୁଁ ବହୁ ପ୍ରତୀକ୍ଷିତ ମା ରାମଚଣ୍ଡୀ ଦେବୀଙ୍କ ପୀଠରେ ରୋକ ଲାଗିଥିବା ବେଳେ ଚଳିତ ବର୍ଷ ବହୁ ଆଡମ୍ବରରେ ରୀତି ନୀତି ଅନୁସାରେ ପୂଜା ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ଦିନ ଅଙ୍କୁରୋପଣ ହୋଇଥିଲା। ବୁଧବାର ରେ କର୍ମାରମ୍ଭ, କଳସ ଯାତ୍ରା, ଗୁରବାରେ ଆହୁତି ପ୍ରଦାନ, ଶୁକ୍ରବାରେ ପୂର୍ଣ୍ଣାହୂତି ଓ ପ୍ରସାଦ ସେବନ ହୋଇଥିଲା । ଶତାଧିକ ଜନ ସମାଗମ କୁ ଦୃଷ୍ଟିରେ ରଖି ଗ୍ରାମ୍ୟ କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । କମିଟି ପକ୍ଷରୁ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ଘାସଡିହ ର ସମସ୍ତ ଗ୍ରାମବାସୀ ପୂର୍ଣ ମାତ୍ରାରେ ସହଯୋଗ କରିଥିଲେ ।
ବାଣପୁର ଘାସଡିହ ଗ୍ରାମରେ ଶ୍ରୀ ଶ୍ରୀ ବାବା ଗ୍ରାମେଶ୍ବର ଦେବ ଓ ମା ରାମଚଣ୍ଡୀ ଦେବୀଙ୍କ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ !!!

