ପୁଣି ଚର୍ଚ୍ଚାରେ ନୟାଗଡ ଜିଲ୍ଲା ପରିବହନ କାର୍ଯ୍ୟାଳୟ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ପୁଣି ଚର୍ଚ୍ଚାରେ ନୟାଗଡ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ! ନୟାଗଡ଼ ଆଞ୍ଚଳିକ ପରିବହନ ଅଫିସ ର କାର୍ଯ୍ୟକଳାପ କୁ ନେଇ ଜନ ସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳୁଛି ! ସାଧାରଣ ଲୋକ ଙ୍କ କହିବା ମୂତାବକ ଆରଟିଓ କାର୍ଯ୍ୟାଳୟ ରେ କିରାଣି, କିଏ ସିକ୍ୟୁରିଟି କେହି ଜାଣି ପାରୁ ନାହାନ୍ତି ! ଫଳରେ ଲୋକଙ୍କୁ ବହୁତ ଅସୁବିଧା ହେଉଛି !

ଅଫିସ ରେ ଚାକିରୀ ପାଇଥିବା ସିକ୍ୟୁରିଟି ସାଧାରଣ ପୋଷାକ ପିନ୍ଧି ଅଫିସ ରେ ବୁଲୁଛନ୍ତି ! ନିଜକୁ କିରାଣି କହି ନିଜର କାମ ହାସଲ କରୁଛନ୍ତି ! କେମିତି ନୟାଗଡ଼ କାର୍ଯ୍ୟାଳୟର ଅଧିକାରୀ ସବୁ କିଛି ଜାଣି , ତଥା ଜିଲ୍ଲା ପ୍ରଶାସନ ଏସମ୍ପର୍କରେ ଅଗୋଚରରେ ଅଛି ତାହା ଜନସାଧାରଣ ରେ ଆଲୋଚନା ର ବିଷୟ ହୋଇଛି ! ନୟାଗଡ଼ ଆଞ୍ଚଳିକ ପରିବହନ ଅଫିସରେ ପ୍ରଶାନ୍ତ କୁମାର ବେହେରା ନିଜେ ନିଜକୁ କର୍ମଚାରୀ କହି ଦଲାଲ ଗିରି କରି ଆସୁଛନ୍ତି ! ଜଗନ୍ନାଥ ପାଣି ଜଣେ ଡ୍ରାଇଭିଂଗ ସ୍କୁଲ ର ପ୍ରିନସିପାଲ ହୋଇଥିବାରୁ ସ୍କୁଲ ବିଷୟରେ କଥାବାର୍ତ୍ତା ପାଇଁ ପରିବହନ କାର୍ଯ୍ୟାଳୟ ଯାଇଥିଲେ ! କାର୍ଯ୍ୟାଳୟ ଭିତରେ ରାଜାରାମ ସିକୁରିଟି ତାଙ୍କ ମୋବାଇଲ ଛଡ଼ାଇ ନେଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ଼ ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ! ପୁଣି ଏହା ଖୋଦ ଆରଟିଓ ଙ୍କ କକ୍ଷ ଆଗରେ ଘଟିଥିଲା ! ସେହି ସମୟରେ ଖୋଦ ଅଧିକାରୀ ଆସି ଜଗନ୍ନାଥ ପାଣି ଙ୍କୁ ଗୋଇଠା ମାରିବା ସହିତ , ଅଶ୍ଳୀଳ ଭାଷାରେ ଗାଳି କରି ଦଲାଲ ବୋଲି କହିଥିଲେ ! ଏପରିକି ସେ ନିଜେ ଜନ ପ୍ରତିନିଧି ପରିଚୟ ଦେବାପରେ ବି କିଛି ଶୁଣିନଥିଲେ ! ଏହା ଜନସାଧାରଣ ରେ ଆଲୋଚନା ର ବିଷୟ ହୋଇଛି !

Leave a Reply

Your email address will not be published. Required fields are marked *