ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା କୁ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବାକୁ ବିଭିନ୍ନ ପ୍ରାନ୍ତରୁ ଦର୍ଶକ ଆସି ମା କାଳିଜାଇ ଦର୍ଶନ କରିଥାନ୍ତି l ଶୀତ ଆସର ଯେତିକି ବଢୁଛି , ମା କାଳିଜାଇଙ୍କ ଦର୍ଶନ କରିବାକୁ ବାଲୁଗାଁ, ବଡକୁଳ ପlନ୍ଥନିବାସ ପେଣ୍ଠସ୍ଥଳ ସେତିକି ଚଳଚଞ୍ଚଳ ହୋଇ ଉଠିଛି । ଆଜି କଟକ ର ଥିଏଟର ମୁମେଣ୍ଟ ର ସାଧାରଣ ସମ୍ପାଦକ ତଥା ସାରା ଭାରତ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା କଳାକାର ନାଟ୍ୟକlର ଗୋଲକ ବିହାରୀ ଦାସ ମହାପାତ୍ର ଓ ଧର୍ମ ପତ୍ନୀ ଲେଖକ, ନାଟ୍ୟକାର ତଥା ସାହିତ୍ୟକ ରଶ୍ମିରେଖା ମହାପାତ୍ର ଚିଲିକା ପରିଦର୍ଶନ ସହିତ ମା କାଳିଜାଇ ଦର୍ଶନ କରି ଚିଲିକା ର ସୌନ୍ଦର୍ଯ୍ୟ କୁ ଉପଭୋଗ କରିଛନ୍ତି l ତାଙ୍କୁ ସହଯୋଗ କରିବା ପାଇଁ ଚିଲିକା ସଙ୍ଗୀତ ନାଟକ ଏକାଡୋମୀ ର ସଂସ୍କୃତିକ ସମ୍ପାଦକ ପ୍ରଫୁଲ୍ଲ କୁମାର ସେଠି ଙ୍କ ସମେତ ନାଟ୍ୟକାର ପ୍ରମୋଦ ସ୍ୱାଇଁ ସାଙ୍ଗରେ ରହିଥିଲେ l
ଚିଲିକା ରେ ମା କାଳିଜାଇ ଦର୍ଶନ କଲେ ଥିଏଟର ମୁମେଣ୍ଟର କଟକର ସାଧାରଣ ସମ୍ପାଦକ !!!

