ଜିଲ୍ଲା ଓ ଦୌରା ଜଜ ଅଦାଲତ ତତଫରୁ ସମ୍ବର୍ଦ୍ଧନା ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଓ ଦୌରା ଜଜ ଅଦାଲତ ତତଫରୁ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ଯେଉଁ ସରକାରୀ କର୍ମଚାରୀ ତଥା ଜିଲ୍ଲା ଓ ଦୌରା ଜଜ ଅଦାଲତ କାର୍ଯ୍ୟାଳୟର କାର୍ଯ୍ୟରତ କର୍ମଚାରୀ ୨୫ ବର୍ଷରୁ ଉର୍ଦ୍ଧ ବର୍ଷ କାର୍ଯ୍ୟ କରି ଆସିଛନ୍ତି, ସେହି କର୍ମଚାରୀ ମାନଙ୍କୁ ଜିଲ୍ଲା ଓ ଦୌରା ଜଜ ଅଦାଲତ ତତଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଜପତି ଜିଲ୍ଲା ଓ ଦୌରା ଜଜ ଅଦାଲତର ୨୫ ବର୍ଷରୁ ଉର୍ଦ୍ଧ ଧରି କାର୍ଯ୍ୟ କରୁଥିବା ୧୨ ଜଣ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ଗଜପତି ଜିଲ୍ଲା ଓ ଦୌରା ଜଜ ବିଚାରପତି ପ୍ରଣବ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଏହି ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପାରଳାଖେମୁଣ୍ଡି ବାର୍ ଆସୋସିଏସନ୍ ସେକ୍ରେଟାରୀ କୃଷ୍ଣ ମୋହନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଜିଲ୍ଲା ଓ ଦୌରା ଜଜ ଅଦାଲତର କର୍ମଚାରୀ ମାନେ ସମାଜ ର ତୃଣମୂଳ ସ୍ତରରୁ ଉନ୍ନତ ସେବା ଜନସାଧାରଣ ଙ୍କୁ ଯୋଗାଇଥିବାରୁ ସମସ୍ତ କର୍ମଚାରୀ ଉଚ୍ଚ ପ୍ରଶଂସା ପାତ୍ର ବୋଲି ମୁଖ୍ୟ ଅତିଥି କହିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ସିଜେଏମ ମାନସ କୁମାର ପଣ୍ଡା, ସିଜେସିଏସଡି ସନ୍ତୋଷ କୁମାର ଅଗ୍ରୱାଲ , ରେଜିଷ୍ଟର ସିଭିଲ କୋର୍ଟ ସତ୍ୟବ୍ରତ ରଣା, ଜେସିଏସଡି ଆର୍.ଉଦୟଦିରି ପୂଣ୍ୟଶ୍ଲୋକ ରଥ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ରବିନାରାୟଣ ବେହେରା , ଏସଡ଼ିଜେଏମ ବର୍ଷା ସର୍ମା, ଜେଏମଏଫସି ମୋହନା ଶ୍ରୀମତୀ ଅନନ୍ୟା ଦାସ, ଜେଏମଏଫସି କାଶୀନଗର ଅଙ୍କିତ ଗୁରୁ, ପାରଳାଖେମୁଣ୍ଡି ବାର୍ ଆସୋସିଏସନ୍ ର ସମସ୍ତ ଆଇନଜୀବୀ ଓ ବିଭାଗୀୟ ସମସ୍ତ କର୍ମଚାରୀ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *