ହରିପୁର ଗାଁ ଦାଣ୍ଡ ରେ ଘର ଆଗରେ ପଡ଼ି ରହିଲା ଶାଶୁ ର ଶବ : କବାଟ ଖୋଲିଲାନି ହୃଦୟହୀନା ବୋହୂ !!!

0
221

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶାଶୁ ର ଦେହ ଖରାପ ଯୋଗୁଁ ସ୍ୱାସ୍ଥ୍ୟ କେନ୍ଦ୍ର ଯାଇଥିଲେ , ହେଲେ ନିଜ ଗ୍ରାମ ଘରକୁ ଫେରିଥିଲେ ! କିନ୍ତୁ ବୋହୁ ସେହି ଘର ଭିତରେ ରହି ଖିଡ଼ିକି ଦେଇ ରହିଲା l ଯେତେ ଡାକି କାକୁତି ମିନତୀ ହେଲେ ମଧ୍ୟ ଶୁଣିଲା ନାହିଁ ବୋହୁ ! ଶୀତ କାକର କୁ ଆଦରି ପଡି ରହିଥିବା ଥିବା ଶାଶୁ ର ଦୁଃଖ କୁ ବୁଝିଲା ନାହିଁ ବୋହୁ କି ହୃଦୟ ରେ ତାର ଟିକେ ବି ଦୟା ବି ହେଲା ନାହିଁ ! ଶେଷରେ ଛଟପଟ ହୋଇ ଗାଁ ଦାଣ୍ଡରେ ନିଜ ପୁଅ କୋଳରେ ଜୀବନ ଚାଲିଗଲା ।ଶେଷରେ ଆଖି ବୁଜିଲେ ବୃଦ୍ଧା ଜଣକ , ଏପରିକି ୨ ଦିନ ହେବ ଶବ ପଡି ରହିଲା ନିଜ ଦାଣ୍ଡର ଘର ଆଗରେ, ତଥାପି ଶବଦାହ ପାଇଁ ମଧ୍ୟ୍ୟ ଶେଷକୃତ୍ୟ ନିମନ୍ତେ କବାଟ ଖୋଲୁନି ବୋହୁ l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚାନ୍ଦପୁର ନିକଟରେ ଥିବା ହରିପୁର ଗ୍ରାମରେ । ମୃତ୍ୟୁ ବରଣ କରିଥିବା ମହିଳା ଙ୍କ ନାମ ହେଉଛି ନିରଞ୍ଜନା ନାୟକ, ହରିପୁର ଗ୍ରାମର ବାସିନ୍ଦା ଅଟନ୍ତି l ଦେହ ଅସୁସ୍ଥ ଥିବାରୁ ପୁଅ ଆଣିଥିଲେ ଭୁବନେଶ୍ୱର ଦେଖା କରିବାକୁ , ଏକ ସପ୍ତାହ ମେଡିକାଲ ରେ ଚିକିତ୍ସା କଲାପରେ ଟିକେ ସୁସ୍ଥ ହୋଇ ଗାଁକୁ ଫେରିଲେ ! କିନ୍ତୁ ଶଶୁର ସ୍ୱାମୀ କୁ ମଧ୍ୟ୍ୟ ଛାଡିଲାନି ବୋହୁ , କବାଟ ବନ୍ଦ କରି ଘର ଭିତରେ ରହିଲା ! ଏପରି ଲୋମହର୍ଷଣ କାରି ଘଟଣା ଅଞ୍ଚଳ ବାସୀଙ୍କୁ ମନରେ ପ୍ରଶ୍ନ ସୃଷ୍ଟି କରିବା ସହିତ ଛି ଛି କରୁଛନ୍ତି ଜନସାଧାରଣ l

LEAVE A REPLY

Please enter your comment!
Please enter your name here