ବାଣପୁର ର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ କଶିପଡା ଗ୍ରାମରେ ପ୍ରାଣାୟମ ଓ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସୂର୍ଯ୍ୟ ନମସ୍କାର ଆୟୋଜନ ସମିତି, ବାଣପୁର ଆନୁକୁଲ୍ୟରେ ଆଜାଦି କା ଅମୃତ ମହୋତ୍ସବ ସ୍ୱାଧୀନତାର ୭୫ ବର୍ଷ ଅବସରରେ ୭୫ କୋଟି ସୂର୍ଯ୍ୟ ନମସ୍କାର ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ନିଳାଦ୍ରୀ ପ୍ରସାଦ ଅନ୍ତର୍ଗତ କଶିପଡା ଗ୍ରାମରେ ଶନିବାର ଦିନ ଆୟୋଜିତ ହୋଇଯାଇଛି . ଏହି କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାର ବାଣପୁର ସଦସ୍ୟ ମାନେ ଭଜନ ପରିବେଷଣ କରିବା ସହ ପ୍ରାଣାୟମ ଓ ଯୋଗର ମହତ୍ତ୍ୱ ବିଷୟରେ ଲୋକ ମାନଙ୍କୁ ବୁଝାଇଥିଲେ . ପରେ ସମିତିର କାର୍ଯ୍ୟକର୍ତ୍ତା ମାନେ ସୂର୍ଯ୍ୟ ନମସ୍କାର କରାଇବା ସହ ତାର ଉପକାରିତା ବିଷୟରେ କହିଥିଲେ . ସ୍ଥାନୀୟ ବାସିନ୍ଦା ସବୁଦିନ ଯୋଗ ପ୍ରାଣାୟମ ଓ ସୂର୍ଯ୍ୟ ନମସ୍କାର କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ .

Leave a Reply

Your email address will not be published. Required fields are marked *