ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚଳିତ ବର୍ଷ ଓଜେଏସ ପରୀକ୍ଷାରେ ସାରା ରାଜ୍ୟ ରୁ ସମୁଦାୟ ୫୦ ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଥିବା ବେଳେ ଜଗତସିଂହପୁର ଜିଲ୍ଲାର ବାସିନ୍ଦା ତଥା ଖୋର୍ଦ୍ଧା ଜିଲ୍ଲା ଚିଲିକା କୋର୍ଟ ର ସରକାରୀ ଓକିଲ ଭାବେ କାର୍ଯ୍ୟରତ ସ୍ଥିତିପ୍ରଜ୍ଞା ଅମୃତ ତନୟା ସମଗ୍ର ଓଡିଶା ରେ ଓଜେଏସ ପରୀକ୍ଷାରେ ୧୮ ତମ ସ୍ଥାନ ଅଧିକାର କରି କୃତୀତ୍ୱ ହାସଲ କରିଛନ୍ତି l ସ୍ଥିତିପ୍ରଜ୍ଞାଙ୍କ ଏହି ସଫଳତା ପାଇଁ ଚିଲିକା ଓକିଲ ସଂଘ ପକ୍ଷରୁ ସଙ୍ଘ କାର୍ଯ୍ୟାଳୟର ପରିସରରେ ଫୁଲ ତୋଡ଼ା ଦେଇ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l

ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଚିଲିକା ବିଚାର ବିଭାଗୀୟ ଅଦାଲତର ମାନ୍ୟବର ବିଚାରପତି ଶ୍ରୀଯୁକ୍ତ ବିକାଶ ଗୋଏଲ ମହୋଦୟଙ୍କୁ ଆମନ୍ତ୍ରିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଚିଲିକା ଓକିଲ ସଂଘ ର ସଭାପତି ଭାସ୍କର ଚନ୍ଦ୍ର ଘଡ଼ାଇ, ସଂଘ ର ସମ୍ପାଦକ ଦେବାଶିଷ ରଥ, ପୂର୍ବତନ ସଭାପତି ତଥା ସରକାରୀ ଓକିଲ ହରେକୃଷ୍ଣ ଜଗଦେବ, ଚିଲିକା ତହସିଲ ସରକାରୀ ଓକିଲ ସୁରେନ୍ଦ୍ର ପ୍ରଧାନ, ବରିଷ୍ଠ ଆଇନଜୀବି ଦିଲ୍ଲୀପ ପଟ୍ଟନାୟକ, ଆଇନଜୀବି ଖଗେଶ୍ୱର ପାତ୍ର ଙ୍କ ସମେତ ଚିଲିକା ଓକିଲ ସଂଘ ର ସମସ୍ତ ଆଇନଜୀବି ଉପସ୍ଥିତ ରହିଥଲେ l ପରିଶେଷରେ ସଙ୍ଘର ସଭାପତି ତଥା ନୋଟାରୀ ଭାସ୍କର ଘଡେଇ ଧନ୍ୟବାଦ ଅର୍ପଣ କରୀ କାର୍ଯ୍ୟକ୍ରମ କୁ ସମାପନ କରିଥିଲେ l

