ବଳଦକୁ ଉଠେଇ ନେଲା ବାଘ * ଲୋକେ ଆତଙ୍କିତ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ଗ୍ରା:ପ ର କୁମ୍ଭିରି ଗ୍ରାମରେ ମଧ୍ୟ ରାତ୍ର ରେ ବାଘ ଆତଙ୍କ ! ଗ୍ରାମର ସୁଦାମ ଯାନୀ ଙ୍କ ବଳଦ ନ ମିଳିବାରୁ ଗ୍ରାମବାସୀଙ୍କ ସହ ଭୋରୁ ଖୋଜା ଖୋଜି କରିବାରୁ ଜଙ୍ଗଲ ଖୋଲ ରେ ଠାବ କଲେ ବଳଦ ର ମୃତ ଶରୀର l ବାଘର ତାଜା ପଦ ଚିହ୍ନ ସହିତ ସେ ବଳଦକୁ ମାରି ତାର ପଛ ଫାଡ଼ିଆ ର ମାଂସ ଖାଇଦେଇଛି ! ସକାଳ ହେଇ ଯାଇଥିବାରୁ ବାଘ ଟି ବଳଦ କୁ ଅଧା ଖାଇ ଚାଲିଯାଇଛି l ଖବର ପାଇ ବନବିଭାଗ ଜାଗା ଉପରେ ପହଞ୍ଚି ଅଧା ଖିଆ ବଳଦ ର ମରଶରୀର କୁ ଜବତ କରି ସେହି ଜାଗାକୁ ସିଲ କରିଛନ୍ତି l ଜାମବାସୀ ଙ୍କୁ ସେହି ଜାଗା କୁ ଯିବାକୁ ମନା କରିଛନ୍ତି l କାଳେ ଆଉ ଥରେ ବାଘ ମଢ଼ ପାଖକୁ ଆସିପାରେ ସେହି ଅନୁମାନ କରି ମଢ଼ କୁ ସେହି ଜାଗାରେ ରଖାଯାଇଛି l ପାଦ ଚିହ୍ନ ବଡ଼ ଥିବା ବେଳେ କି ବାଘ ହେଇଥିବ ଏଯାଏ ଜଣାପଡ଼ିନି l ସାଧାରଣ ଲୋକେ ଭୟରେ ଆତଙ୍କିତ ଅଛନ୍ତି l ଆଜି ବଳଦ ମାରିଛି ବାଘ ପ୍ରଥମ ଥର, କାଲି କଣ କରିବ କିଏ କହିପାରିବ ବୋଲି କହୁଛନ୍ତି l

Leave a Reply

Your email address will not be published. Required fields are marked *