ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସମ୍ପୁର୍ଣ୍ଣ ଭାବରେ କୋଭିଡ ନିୟମ କୁ ଦୃଷ୍ଟିରେ ରଖି ପାଳିତ ହେଲା ନୟାଗଡ଼ ମା’ ଦକ୍ଷିଣ କାଳୀ ଙ୍କ ପ୍ରସିଦ୍ଧ ପଣା ଯାତ୍ରା । ଭକ୍ତ ମାନେ ମାସ୍କ ପିନ୍ଧି , ସାନିଟାଇଜ କରି ମା ଙ୍କୁ ଦର୍ଶନ କରିଥିଲେ । ପ୍ରତ୍ୟେକ ବର୍ଷ ପରି ବହୁ ଗହଳି ଚହଳି ନଥିଲେ ମଧ୍ୟ ଦୀର୍ଘ ଦିନ ପରେ ମା’ ଙ୍କୁ ଦର୍ଶନ କରି ଭକ୍ତ ମାନେ ବହୁ ଆନନ୍ଦିତ ଥିଲେ । ସକାଳ ଦଶ ଘଣ୍ଟିକା ରେ ପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଜ୍ଞା ମାଳ ଆସିବା ପରେ ମା’ ଙ୍କର ପୂଜା ବିଧି , ହୋମ କାର୍ଯ୍ୟ ଆରମ୍ଭ ହୋଇଥିଲା । ସନ୍ଧ୍ୟା ଆଳତି ପରେ ମା’ ଙ୍କ ଠାରୁ ପଣା ଯାଇ ଗ୍ରାମ ଦେବତୀ ଶୁଳିଆ ଠାକୁରାଣୀ , ରାମଚଣ୍ଡୀ, ମଙ୍ଗଳା , ମା ବ୍ରାହ୍ମଣୀ ଦେବୀ, ମା ତରକେଇଙ୍କ ଠାରେ ଭୋଗ ଲାଗି ହୋଇଥିଲା । ସହରର ସମସ୍ତ ଦେବା ଦେବୀ ଙ୍କୁ ପଣା ଭୋଗ ଲାଗି ସାରିବା ପରେ ଭକ୍ତ ମାନଙ୍କୁ ପ୍ରସାଦ ସେବନ ପାଇଁ ମା’ ଙ୍କ ପଣା ବଣ୍ଟନ କରାଯାଇଥିଲା ।