ବାଣପୁରରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର : ଭୁବନେଶ୍ଵର ସ୍ଥାନାନ୍ତର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅର୍ନ୍ତଗତ ରତନପୁର ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା . ସେହି ଗ୍ରାମର ଜଣେ ଜୈନିକ ଯୁବକ କୌଣସି କାରଣ ବସତଃ ବିଦ୍ୟୁତ ସ୍ପର୍ଶ ଲାଗି ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ ରତନପୁର ଗ୍ରାମର ଶ୍ରୀକୃଷ୍ଣ ବେହେରା ଙ୍କ ପୁଅ ଗୋଲଖ ବେହେରା (୩୦) ଆଜି ୧୧ ଘଟିକା ସମୟରେ କୌଣସି କାମ ପାଇଁ ବଜାରକୁ ଯାଉଥିବା ବେଳେ ଗତକାଲି ହୋଇଥିବା ବର୍ଷା ପ୍ରବାହରେ ନିଜ ଘର ବାହାରେ ବର୍ଷା ପାଣି ଜମି ରହିଥିଲା ଯାହା ଫଳରେ ସେହି ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କର ଗୋଡ ଖସି ଯାଇଥିଲା . ନିଜ ଘର ପାଖରେ ଥିବା ବିଦ୍ୟୁତ ଟ୍ରାଂସମିଟର ରେ ସ୍ପର୍ଶ ହୋଇଥିଲେ । ଯାହା ଫଳରେ ଗୁରୁତର ହୋଇ ପଡ଼ିଛନ୍ତି । ତାଙ୍କର ବାମପଟ ହାତଟି ଜଳି ଯାଇ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ସଙ୍ଗେ ସଙ୍ଗେ ତାଙ୍କ ଘର ଲୋକେ ତାଙ୍କୁ ବାଣପୁର ମେଡିକାଲ ଭର୍ତ୍ତି କରିଥିଲେ , ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ଭୁବନେଶ୍ଵର ସମ୍ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି । ଗ୍ରାମବାସୀ କହିବାର କଥା ଯେ ଆଜି ବିଦ୍ୟୁତ ଟ୍ରାଂସମିଟର ର ଚାରିପଟେ ପାଚେରୀ ନ ହୋଇବା କାରଣରୁ ଆଜି ଏପରି ଏକ ଅଘଟଣ ଘଟିଛି । ବାରମ୍ବାର ଗ୍ରାମବାସୀ ମାନେ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ପାଚେରୀ ନିମନ୍ତେ ଦରଖାସ୍ତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *