ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଆର.ଏମ୍.ସି. ସଭାଗୃହରେ ଉପ-ଜିଲ୍ଲାପାଳ ଶକ୍ତିକାନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମହୋତ୍ସବର ସ୍ମରଣୀକା ଏବଂ ସାଂସ୍କୃତିକ ସବ୍-କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନୟାଗଡ଼ ଜିଲ୍ଲା ମହୋତ୍ସବ, ୨୦୨୨ ପାଳନ ଅବସରରେ ମହୋତ୍ସବର ମୁଖପତ୍ର ଆରଣ୍ୟକ ପ୍ରକାଶ ପାଇଁ ନୟାଗଡ଼ ଜିଲ୍ଲାର ସଂସ୍କୃତି, ଐତିହ, ଜନଜୀବନ, ଅର୍ଥନୀତି, ସାମାଜିକ ବ୍ୟବସ୍ଥା, ବିକାଶ ମୂଳକ ଓ ଫିଚର ଧର୍ମୀ ଲେଖା ଉଭୟ ଓଡ଼ିଆ ଓ ଇଂରାଜି ଭାଷାରେ ଆବଶ୍ୟକ । ଇଛୁକ ଲେଖକ, କବି, ପ୍ରାବନ୍ଧିକ, ଶିକ୍ଷାବିତ୍, ଗବେଷକ ମାନଙ୍କ ଠାରୁ ଲେଖା ଓ ତତ୍ ସଂପର୍କୀୟ ଫଟୋ ଆମନ୍ତ୍ରଣ କରାଯାଉଛି । ଲେଖା ଗୁଡ଼ିକ ଉଚ୍ଚକୋଟୀର ଓ ସଂକ୍ଷିପ୍ତ ହେବା ଆବଶ୍ୟକ । ଲେଖକ ମାନେ ଲେଖା ଗୁଡ଼ିକୁ ତା.୦୫.୧୨.୨୦୨୨ରିଖ ସୁଦ୍ଧା ଉପଜିଲ୍ଲାପାଳ, ନୟାଗଡ଼ଙ୍କ ନିକଟକୁ ପଠାଇ ପାରିବେ । ଲେଖା ଗୁଡ଼ିକ ଆକୃତି ଲିପିରେ ଉଭୟ ସଫ୍ଟ କପି ଓ କଠିନ ନକଲ ସହ ନିଜର ଏକ ପାସପୋର୍ଟ ଫଟୋ ଡାକ ଯୋଗେ, ଇ-ମେଲ dipro.ngr@gmail.com/dconayagarh@gmail.com କିମ୍ବା ବ୍ୟକ୍ତିଗତ ଭାବେ ପଠାଇବାକୁ ସ୍ମରଣୀକା କମିଟି ତରଫରୁ ଅନୁରୋଧ କରାଯାଇଛି । ପରେ ପରେ ସାଂସ୍କୃତିକ ସବ୍ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ସାଂସ୍କୃତିକ ଦଳ ଜିଲ୍ଲା ମହୋତ୍ସବରେ ଭାଗ ନେବା ପାଇଁ ବିଷଦ ଭାବେ ଆଲୋଚନା କରାଯାଇଥିଲା ।ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ , ଜିଲ୍ଲା ସଂସ୍କୃତି ଅଧିକାରୀ , ଉଭୟ କମିଟିର ସଦସ୍ୟ / ସଦସ୍ୟା ମାନେ ଉପସ୍ଥିତ ଥିଲେ ।
ନୟାଗଡ଼ ଜିଲ୍ଲା ମହୋତ୍ସବର ସ୍ମରଣିକା ଓ ସାଂସ୍କୃତିକ ସବ୍ କମିଟି ବୈଠକ !!!

