ଦଣ୍ଡା ମାଟିକୁ ନେଇ ରାସ୍ତା ରୋକ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ମଣିଷର ଶେଷ ଠିକଣା କୁ ଛାଡ଼ିଲେ ନାହିଁ ମାଟି ମାଫିଆ ! ଅର୍ଥାତ୍ ଗ୍ରାମ୍ୟ ଶ୍ମଶାନରୁ ଜେସିବି ଲାଗାଇ ମାଟି ତାଡି ବିକି ଦେଲେ ମାଟି ମାଫିଆ ! ଖାଲି ସେତିକି ନୁହେଁ ଜୋର ଜବରଦସ୍ତ ଏହି ଶ୍ମଶାନ ଜମି ରେ ବାସଗୃହ ବି ନିର୍ମାଣ କଲେ କିଛି ନ୍ୟର୍ଥସ୍ବାର୍ଥ ବ୍ୟକ୍ତି । ଫଳରେ ମୃତ୍ୟୁ ପରେ ଶବ ପୋଡ଼ିବାକୁ ଆଉ ସ୍ଥାନ ବି ରହିଲା ନାହିଁ । ବାରମ୍ବାର ପ୍ରଶାସନକୁ ଜଣାଇଲେ ମଧ୍ୟ ଫଳ ଶୂନ । ତେଣୁ ବାଧ୍ୟହୋଇ ଲୋକେ କଲେ ରାସ୍ତା ଅବରୋଧ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଦେ-ପୋଖରୀ ନିକଟସ୍ଥ ଗ୍ରାମ୍ୟ ଶ୍ମଶାନରୁ ମାଟି ଉଠାଣ କୁ ବିରୋଧ କରି କଟକ-କେନ୍ଦ୍ରାପଡା ରାସ୍ତା ର ସୁକରପଡା ଛକ ଠାରେ ଶହ ଶହ ଲୋକ ଟାୟାର ଜାଳି ରାସ୍ତାରୋକ କଲେ । ଅନେକ ସମୟ ଧରି ରାସ୍ତା ର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକ ଥିବା ବେଳେ ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ଯଦି ସ୍ଥାନୀୟ ନିଶ୍ଚିନ୍ତକୋଇଲି ତହସିଲ ପ୍ରଶାସନ ବେଳହୁଁ ଏଥିପ୍ରତି ଧ୍ୟାନ ଦେଇ ଥାଆନ୍ତା , ତେବେ ଲୋକମାନେ ନିଜର ମୌଳିକ ଅଧିକାର ରୁ ବଞ୍ଚିତ ହୋଇ ନଥାନ୍ତେ କିମ୍ବା ନିଜର ହକ୍ ପାଇଁ ରାଜରାସ୍ତାକୁ ଅବରୋଧ କରିବାକୁ ଓହ୍ଲାଇ ନଥାନ୍ତେ । ତେଣୁ ସ୍ଥାନୀୟ ଲୋକମାନେ ଏଥିପାଇଁ ସିଧାସଳଖ ପ୍ରଶାସନ କୁ ହିଁ ଦାୟୀ କରିଛନ୍ତି ।

Leave a Reply

Your email address will not be published. Required fields are marked *