ରାୟଗଡା ଜିଲ୍ଲାରେ ଆନିମିଆ ମୁକ୍ତ ଲକ୍ଷ୍ୟ ଅଭିଯାନ ର ଶୁଭାରମ୍ଭ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ରାଜ୍ୟରେ ରକ୍ତହୀନତା ମୁକ୍ତ ଲକ୍ଷ୍ୟ ଅଭିଯାନ (ଅମ୍ଳାନ) ଆରମ୍ଭ ହୋଇଯାଇଛି । ଧାର୍ଯ୍ୟ କରାଯାଇଥିବା ଗୋଷ୍ଠୀ ମଧ୍ୟରେ ରକ୍ତହୀନତାର ତ୍ୱରିତ ହ୍ରାସ ପାଇଁ ଏହା ଏକ ବହୁମୁଖୀ ଯୋଜନା । ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲାରେ ଆଜି ଇନ୍ଦିରାନଗର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅମ୍ଳାନ କାର୍ଯ୍ୟକ୍ରମ କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଲାଲମୋହନ ରାଉତରାୟ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ର ଓ ଛାତ୍ରୀ ମାନଙ୍କର ହିମୋଗ୍ଲୋବିନ ଟେଷ୍ଟ କରାଯାଇଥିଲା ଏବଂ ଅମ୍ଳାନ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଜିଲ୍ଲାର ପ୍ରାୟ ୩୧ ଟି ବିଦ୍ୟାଳୟରେ ଛାତ୍ର ଓ ଛାତ୍ରୀ ମାନଙ୍କର ହିମୋଗ୍ଲୋବିନ ଟେଷ୍ଟ କରାଯାଇଥିଲା । କାର୍ଯ୍ୟକ୍ରମର ଆରମ୍ଭ କରିବା ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଲାଲମୋହନ ରାଉତରାୟ କହିଥିଲେ ଯେ ଏହି ଯୋଜନା ଦ୍ୱାରା ଜିଲ୍ଲାର ପ୍ରାୟ ୩,୨୦,୦୦୦ ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା, ପ୍ରଜନନକ୍ଷମ ମହିଳା, ଯୁବକ ଓ ଯୁବତୀ ଏବଂ ଶିଶୁ ଉପକୃତ ହେବେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଅମ୍ଳାନ କାର୍ଯ୍ୟକ୍ରମ ୨୪୦୦ ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଏବଂ ଜିଲ୍ଲାର ୨୧୦୦ ଅଙ୍ଗନବାଡି କେନ୍ଦ୍ର ରେ କରାଯିବ । ଅମ୍ଳାନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନି ବେହେରା, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ା ଶ୍ରୀ ରାୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଟି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ବିକାଶ ବିଭାଗ ଦ୍ୱାରା ପରିଚାଳିତ ହେବ ।

Leave a Reply

Your email address will not be published. Required fields are marked *