ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟ ମେଳା : ଫିଜିଓଥେରାପି ବିଭାଗ ପଡିଲା ଫାଙ୍କା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟ ମେଳା ରେ ଫିଜିଓଥେରାପି ବିଭାଗ ପଡିଲା ଫାଙ୍କା ! ସଚେତନତା ଅଭାବ ରୁ ଶିବିରକୁ ସ୍ୱଳ୍ପ ରୋଗୀ ଆସିଲେ ! ନୟାଗଡ଼ ଜିଲ୍ଲା ମହୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ମାଳିସାହି ଗତିକେଶ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଉପକେନ୍ଦ୍ର ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାକ୍ତର ସତୀଶ ନିବେଦନ, ଡ଼. ଲିପୁନ ବାରିକ, ସୁପର ଭାଇଜର କୈଳାଶ ମହାପାତ୍ର, ସି.ଏଚ.ଓ. ଅମ୍ରିତା ବାରିକ, ଅଜୟ ମହାପାତ୍ର ଏବଂ ଆଶା ଦିଦି ପ୍ରମୁଖ ଉପସ୍ଥିତ ରହି ଏହି ସ୍ୱାସ୍ଥ୍ୟ ସେବା ପରିଚାଳିତ ହୋଇଥିଲା | ତେବେ ଜନସାଧାରଣ ଙ୍କ ପାଖରେ ଏହି ସ୍ୱାସ୍ଥ୍ୟ ମେଳା ର ସୂଚନା ଭଲରେ ପହଞ୍ଚି ପାରିନଥିଲା , ଯାହା ଫଳରେ ସ୍ୱାସ୍ଥ୍ୟ ମେଳାକୁ ସ୍ୱଳ୍ପ ଲୋକ ଆସିଥିବା ଦେଖିବାକୁ ମିଳିଥିଲା | ସେହିଭଳି ଫିଜିଓଥୋରପି ବିଭାଗ ପାଇଁ ଆଦୌ କେହି ଡାକ୍ତର ଆସିନଥିବା ବେଳେ ବିଭାଗ ର କେବଳ ବୋର୍ଡ ଟି ଲାଗିଥିଲା ! ଯାହା ଫଳରେ ଏହି ବିଭାଗ ର ରୋଗୀ ମାନଙ୍କୁ ଅପେକ୍ଷା କରି ଫେରିବାକୁ ପଡିଥିଲା | ସେହିପରି କୁଷ୍ଠ, ଯକ୍ଷ୍ମା, ମେଲେରିଆ ରୋଗ ବିଭାଗ ବି ଫାଙ୍କା ପଡିଥିଲା | ଏନେଇ ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି ଲୋକଙ୍କୁ ସୂଚନା ଦେବା କିମ୍ବା ଆଶା ଦିଦି ଙ୍କ କାର୍ଯ୍ୟ ହେଲେ ସେ ଯାହାକୁ କହିଥିବେ | ସରକାର ଙ୍କ ତରଫରୁ କୋଟି କୋଟି ଏଥି ପାଇଁ ଖର୍ଚ୍ଚ ହେଉଛି ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଦେବା ପାଇଁ ହେଲେ କିଛି ଲାଞ୍ଚୁଆ ବାଟ ମାରଣା କରି ସ୍ୱଳ୍ପ ଲୋକଙ୍କୁ ଧରି ଏଭଳି ସରକାର ଙ୍କ ବାର୍ତ୍ତା କୁ ବାଟମାରଣା କରୁଛନ୍ତି ଯେ ତାହା ଜନସାଧାରଣ ଙ୍କ ପାଖରେ ପହଞ୍ଚି ପାରୁନି | ଯାହା ଫଳରେ ଉକ୍ତ ଉପକେନ୍ଦ୍ର ଅଧିନ ଜନ ସଂଖ୍ୟା ଅନୁମାନ ମୋଟ 30 ହଜାର ମଧ୍ୟ ରୁ ମୋଟ 200 ରୁ 300 ଜଣ ରୋଗି ଆସିଥିବା ସୂଚନା ଦେଇଛନ୍ତି ଉକ୍ତ ମେଳା ପରିଚାଳନା କରୁଥିବା ଜଣେ ଅଧିକାରୀ |

Leave a Reply

Your email address will not be published. Required fields are marked *