ପରଲୋକରେ ଡାକ୍ତର ରାଜକିଶୋର ସାହୁ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡିଶା ବିଧାନସଭା ଚିକିତ୍ସାଳୟର ପୂର୍ବତନ ମେଡିକାଲ ଅଫିସର ଡାକ୍ତର ରାଜକିଶୋର ସାହୁଙ୍କର ପରଲୋକ ହୋଇଅଛି ! ଦୀର୍ଘ ଦିନ ଧରି କର୍କଟ ରୋଗରେ ପିଡୀତ ଥିବା ଡାକ୍ତର ସାହୁଙ୍କର ଶୁକ୍ରବାର ରାତି 10.20 ସମୟରେ ଟଙ୍କପାଣି ରୋଡ଼ ସ୍ଥିତ ପାଣ୍ଡଵ ନଗର ବାସଭବନରେ ପରଲୋକ ହୋଇଯାଇଛି ! ଅବସର ନେବା ପରେ ଡାକ୍ତର ସାହୁ ୟୁନିଟ ୨ ମାର୍କେଟ ବିଲଡିଙ୍ଗ ରେ ନିଜର କ୍ଲିନିକ କରିଥିଲେ ! ମୃତ୍ୟୁ ବେଳକୁ ତାଙ୍କୁ 76 ବର୍ଷ ହୋଇଥିଲା ! ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ସାନ ଭାଇ ଡାକ୍ତର ଗୌର କିଶୋର ସାହୁ , ବୀର କିଶୋର ସାହୁ , ଜୀବନ ରଞ୍ଜନ ସ୍ୱାଇଁ , ସ୍ନେହଲତା ସ୍ୱାଇଁ , ନାତୁଣୀ ଡାକ୍ତର ସୌମ୍ୟାଶ୍ରୀ ପୃଷ୍ଟି , ଭିଣୋଇ ଲକ୍ଷ୍ମୀଧର ପାତ୍ର , ଭଣଜା ଦେବୀ ପ୍ରସାଦ ପୃଷ୍ଟି , ଡାକ୍ତର ନବଘନ ପରିଡା ପ୍ରମୂଖ ଉପସ୍ଥିତ ଥିଲେ ! ସ୍ବର୍ଗତ ସାହୁ ବେଶ ଲୋକପ୍ରିୟ ଥିବା ସମୟରେ ତାଙ୍କ ପରଲୋକ ଖବର ଶୁଣି ୟୁନିଟ – ୨ ମାର୍କେଟ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି !

Leave a Reply

Your email address will not be published. Required fields are marked *