ଚିଲିକାରେ ପକ୍ଷୀ ଶିକାର ବନ୍ଦ ପାଇଁ ସଭା ଓ ଶୋଭାଯାତ୍ରା କାର୍ଯ୍ୟକ୍ରମ !!!

0
277

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା କୁ ଶୀତ ଋତୁରେ ପକ୍ଷୀ ମାନଙ୍କ ଆଗମନ ଯୋଗୁଁ ସେମାନଙ୍କ ସୁରକ୍ଷା ପାଇଁ ପକ୍ଷୀ ଅଭୟାରଣ୍ୟ ତଥା ମଙ୍ଗଳାଯୋଡି ଗ୍ରାମର ଚିଲିକା କୂଳ ଜେଟି ନିକଟରେ ପ୍ରେରଣା ଇଣ୍ଟରନ୍ୟାସନାଲ୍ ଗ୍ରୀନ୍ ଆର୍ମି ପକ୍ଷରୁ ମାସ୍କେଟ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ପ୍ରେରଣା ଅନୁଷ୍ଠାନର ର ମୁଖ୍ୟ କମାଣ୍ଡାଣ୍ଟ ତଥା ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ , ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ମାନସିଂହ , ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ , ବରିଷ୍ଠ ସମାଜସେବୀ ପ୍ରକାଶ କୁମାର ଶ୍ରୀଚନ୍ଦନ , ଖୋର୍ଦ୍ଧା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର , ଟାଙ୍ଗୀ ବ୍ଲକ ଚେୟାରମ୍ୟାନ ରୀସ୍ନା ମାନ୍ଧାତା ଙ୍କ ସମେତ ସିନେ କଳାକାର ମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ପକ୍ଷୀ ଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଏପରିକି ସାଇକେଲ ରାଲି ସାଙ୍ଗକୁ ପଦଯାତ୍ରା କରାଯାଇ ପକ୍ଷୀ ସୁରକ୍ଷା ପାଇଁ ପ୍ରେରଣା ଇଣ୍ଟରନ୍ୟାସନାଲ୍ ଗ୍ରୀନ୍ ଆର୍ମି ପକ୍ଷରୁ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଚିଲିକାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଏକ ସଚେତନତା ମୂଳକ ସଙ୍ଗୀତ ପରିବେଷଣ କରିଥିଲେ ଗୀତିକାର ତଥା କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ।

 

LEAVE A REPLY

Please enter your comment!
Please enter your name here