ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡରେ ବିଜେପି ସଂଗଠନ କୁ ମଜବୁତ କରିବା ପାଇଁ ଗଠନ ହେଲା ଶକ୍ତିକେନ୍ଦ୍ର l ବିଜେପି ନେତ୍ରୀ ନୟାଗଡ ରାଣୀ ତଥା ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଙ୍କର ନେତୃତ୍ୱରେ ରାଜବାଟୀ ସ୍ଥିତ କାଯ୍ୟଳୟ ଠାରେ ଗମ୍ଭାଡିଡ଼ିହି ପଞ୍ଚାୟତ ର କର୍ମକର୍ତ୍ତା ମାନଙ୍କୁ ନେଇ ଶକ୍ତିକେନ୍ଦ୍ର ବୈଠକ କାଯ୍ୟକ୍ରମକୁ ଆରମ୍ଭ କରାଯାଇଛି l ବୈଠକ ରେ ପଞ୍ଚାୟତର ଦୁଇ ଶହ ରୁ ଉର୍ଦ୍ଧ କର୍ମକର୍ତ୍ତା ଯୋଗଦାନ ଦେଇଥିଲେ l ଆଗାମୀ ଦିନରେ କିଭଳି ଭାବରେ ନୟାଗଡ – ଭ୍ରଷ୍ଟାଚାର ମୁକ୍ତ ନୟାଗଡ ହେବ ଏହାକୁ ମୁଖ୍ୟ ଅସ୍ତ୍ର ଭାବରେ ବୈଠକ ରେ ଉପସ୍ଥାପନା କରାଯାଇଥିଲା l ଦଳର ନେତା ସନ୍ତୋଷ ପ୍ରଧାନ ଦଳକୁ କିପରି ଭାବରେ ଆଗାମୀ ଦିନରେ ମଜବୁତ କରିବା ସହ ଶକ୍ତିଶାଳୀ କରିହେବ ଭିନ୍ନ ଭିନ୍ନ ମତରେ କର୍ମୀ ମାନଙ୍କୁ ବାର୍ତ୍ତା ଦେଇଥିଲେ l ତୃଣମୂଳରୁ ସଂଗଠନ କୁ ଦୃଢ଼ କରିବା ସହିତ ଆଗାମୀ ନିର୍ବାଚନରେ କିପରି ବିଜୟର ବାନା ଉଡାଇବା ସେଥିପାଇଁ ସମସ୍ତ କର୍ମୀଙ୍କୁ ସଂକଳ୍ପବଧ କରାଇଥିଲେ ବିଜେପି ନେତା ନସିର ଅହମଦ l ଯୁବ ନେତା ସୋମ୍ୟରଞ୍ଜନ ଡିଜିଟାଲ ସିଷ୍ଟମ ମାଧ୍ୟମରେ ସମସ୍ତଙ୍କ ପାଖକୁ କିପରି ପହଞ୍ଚି ପାରିବା ସେ ସମ୍ପର୍କ ରେ ଆଲୋକପାତ କରାଇଥିଲେ l ନୟାଗଡ ର ଅଧୁରା ସ୍ବପ୍ନ କୁ ମୁଁ ପୂରଣ କରିବି , ନୟାଗଡ ଆମର, ଆମେ ନୟାଗଡ଼ର ! ଆପଣଙ୍କ ପାଖରେ ରହିଛି ଏବଂ ରହିବି ବୋଲି ପ୍ରତିଶୃତି ଦେଇ ବୈଠକ କୁ ସାଫଲ୍ୟମଣ୍ଡିତ କରିଥିଲେ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ !
ନୟାଗଡ ବିଜେପି କୁ ମଜବୁତ କରିବ ନୂତନ ଅସ୍ତ୍ର : ଶକ୍ତିକେନ୍ଦ୍ର !!!

