କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବୟାଳିଶ ମୌଜା ସ୍ଥିତ ପଟଣା ଗ୍ରାମର ମହେଶ୍ବର ବେହେରାଙ୍କ ଧର୍ମପତ୍ନୀ ପ୍ରମିଳା ବେହେରାଙ୍କର ହୃଦଘାତ ଜନିତ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ସେ ଜଣେ ଶାନ୍ତ, ସରଳ, ମିଷ୍ଟଭାଷୀ, ବନ୍ଧୁ ବତ୍ସଳ, ପରୋପକାରୀ ତଥା ଧର୍ମ ପରାୟଣା ମହିଳା ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ, ବନ୍ଧୁ ପରିଜନ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଛି । ଏକମାତ୍ର ପୁତ୍ର କୈବଲ୍ୟ ବେହେରା ମୁଖାଗ୍ନି ଦେଇଥିଲେ । ଅନ୍ତିମ ଯାତ୍ରା ରେ ନିର୍ମାଲ୍ୟ ବେହେରା, ଭମରବର ବେହେରା, ବିମ୍ବାଧର ବେହେରା, ପର୍ଶୁରାମ ବେହେରା, ନଟବର ବେହେରା, ଅର୍ଜୁନ ବେହେରା, ବାବୁଲି ବେହେରା, ବୀରବର ବେହେରା, ପ୍ରଶାନ୍ତ ବେହେରା, ମାନସ ବେହେରା, ବିଶ୍ୱଜିତ ବେହେରା, ଦେବେନ୍ଦ୍ର ବେହେରା, ସନ୍ତୋଷ ବେହେରା, ନାଲୁ ବେହେରା, ହୃଷୀକେଶ ବେହେରା, ବିଚିତ୍ରାନନ୍ଦ ବେହେରା, ଧୀରେନ୍ଦ୍ର ବେହେରା, ଦେବେନ୍ଦ୍ର କୁମାର ପଲେଇ, ଦୀପକ ବେହେରା, ଅର୍ଜୁନ ବେହେରା, ଲିତେଶ ବେହେରା, ବିବେକାନନ୍ଦ ବେହେରା, ପ୍ରବୋଧ ପ୍ରଧାନ, ସୁଧାଂଶୁ ଶେଖର ଦାସ, ଅସୀମ ଦାସ, ଶଶାଙ୍କ ଶେଖର ଦାଶ, ସୁଧାଂଶୁ ଶେଖର ପଲେଇ, ଭଜକୃଷ୍ଣ ଲେଙ୍କା, ତ୍ରିନାଥ ସେଠୀ, ଅଭିନାଶ ସେଠୀ, ବିଜେଡ଼ି ନେତା ପ୍ରମୋଦ କୁମାର ମହାପାତ୍ର, ଅଜୟ କୁମାର ଦଳାଇ, ଅଶୋକ କୁମାର ମହାନ୍ତି, ଫୁଟବଲ୍ ତାରକା ବିଳାସ ବେହେରା, ଝାରକଟା ଗ୍ରାମ ପଞ୍ଚାୟତ ସରପଞ୍ଚ ଶିଶିର କୁମାର ରାଉତ, ସମିତି ସଭ୍ୟ ଜୟନ୍ତ କୁମାର ଦାସ, ପୂର୍ବତନ ସଭ୍ୟା ମୀନା ସିଂ, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ବୀରବର ଲେଙ୍କା ଓ ଯାଦବ ମହାସଭା ସଭାପତି ବୁଲେଇ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଧର୍ମପରାୟଣା ମହିଳାଙ୍କ ପରଲୋକ : ସ୍ଥାନୀୟ ଅଞ୍ଚଳରେ ଶୋକ !!!

