ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ କାଶୀପୁର ବ୍ଳକ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ପିଡ଼ି ଡିଆରଡିଏ – ରାୟଗଡ , ରବି ନାରାୟଣ ତ୍ରିପାଠୀ ,ଉପ-ଜିଲ୍ଲାପାଳ ରାୟଗଡ , ଭୀମସେନ ଶବର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଲାଲମୋହନ ରାଉତରାୟ , ଗ୍ରାମୀଣ ଜଳଯୋଗାଣ ସହକାରୀ ଯନ୍ତ୍ରୀ , ପ୍ରକଳ୍ପ ପ୍ରଶାସକ ,ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ ପଦ୍ମଚରଣ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ବରିହା, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କାଶୀପୁର, ପ୍ରଦୀପ କୁମାର ପଟ୍ଟନାୟକ , ଗଣେଷ ସାମନ୍ତରାୟ,, ଅତିରିକ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ରାୟଗଡ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ପତିତପାବନ ସାମନ୍ତରୟ, ଅଧ୍ୟକ୍ଷ ପଂଚାୟତ ସମିତି, କାଶୀପୁର କଣ୍ଠ ମଝି, ବିଡ଼ିଓ କାଶୀପୁର ମଣିଷ ଦାସ, ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ଅତିରିକ୍ତ ତହସିଲଦାର, କାଶୀପୁର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଆଜି ମୋଟ ୭୭ ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା l ସେଥିରୁ ୬୭ଟି ଵ୍ୟକ୍ତିଗତ ହୋଇଥିବା ବେଳେ ୧୦ଗୋଟି ସାମୁହିକ ଅଭିଯୋଗ ଆସିଥିଲା l ଜିଲ୍ଲାପାଳ ୩ ଜଣକୁ ୧୫ ହଜାର ଟଙ୍କା ରେଡ଼କ୍ରସ ରୁ ଏବଂ ଜଣକୁ ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ଏହା ସହିତ ତହସିଲଦାରଙ୍କ ତରଫରୁ ଇନ୍ଦ୍ରାବତୀ ବୁଡି ଅଂଚଳର ବିସ୍ଥାପିତ ୯ ଜଣ ହିତାଧିକାରୀଙ୍କୁ ଓ ୧୧ ଗୋଟି ବିଦ୍ୟାଳୟକୁ ଆର.ଓ.ଆର ପଟ୍ଟା ବଣ୍ଟନ କରାଯାଇଥିଲା l ଜିଲ୍ଲାପାଳ ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ କାଶୀପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ !!!

