ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମହିଳା ଓ ବାଳିକା ମାନଙ୍କୁ ନେଇ ”ସଖି” ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ଏକ ହିଂସାମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ କେନ୍ଦ୍ରରେ ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଯୋଗଦେଇ ସାମ୍ପ୍ରତିକ ସାମାଜିକ ସ୍ଥିତିରେ ମହିଳା ଓ ବାଳିକା ମାନେ ସାମ୍ନା କରୁଥିବା ବିଭିନ୍ନ ନିର୍ଯ୍ୟାତନାକୁ “ସଖୀ” ୱାନ ଷ୍ଟପ କେନ୍ଦ୍ରରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରି ୫ ପ୍ରକାର ସମ୍ବଦ୍ଧୀୟ ସେବା ଯୋଗାଇ ଦେବା କଥା ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ କେ. ସୁନିତା ଯୋଗଦେଇ ଉପଯୋଗୀ ଆପ ଏବଂ ତାର ଇଂଷ୍ଟେଲଲସନ ଉପରେ ବୁଝାଇଥିଲେ ଓ ତା ସଙ୍ଗେ ଆନ୍ତର୍ଜାତୀୟ ସ୍ତରରେ ନାରୀ ନିର୍ଯାତନାର ନିରାକରଣ ପାଇଁ ଆରମ୍ଭ ହେଇଥିବା ୧୬ ଦିନିଆ ଅଭିଯାନର ବିଭିନ୍ନ ଦିଗ ବିଷୟରେ କହିଥିଲେ । ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ ଯୋଗଦେଇ ବାଳିକା ମାନଙ୍କୁ ଭଲ ସ୍ପର୍ଶ ଓ ଖରାପ ସ୍ପର୍ଶ ବିଷୟରେ କହିଥିଲେ । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ସୁସ୍ଥ ସମାଜ ଗଠନରେ ମହିଳା ଓ ବାଳିକା ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଉପସ୍ଥିତ ଛାତ୍ରୀମାନଙ୍କୁ ବୁଝାଇଥିଲେ । ଅନିତା ମିଶ୍ର ”ସଖି” କେନ୍ଦ୍ରର ଆଇନଗତ ସହାୟତା ଓ ବାଲ୍ୟବିବାହ ବିଷୟରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ଏତଦବ୍ୟତୀତ ମୋହିନୀ ପ୍ରଧାନ ସାଇବର କ୍ରାଇମ ଓ ମହିଳା ଚାଲାଣ ଆଦି ବିଷୟରେ ଚର୍ଚ୍ଚା କରି ଛାତ୍ରୀମାନଙ୍କୁ ସତର୍କ ରହିବା ପାଇଁ କହିଥିଲେ । ସଖି କେନ୍ଦ୍ରର ମଞ୍ଜୁଳା ଚୌଧୁରୀ ଓ ମଧୁସ୍ମିତା ସାହୁ ବର୍ତ୍ତମାନ ସମାଜରେ ଘଟୁଥିବା ବିଭିନ୍ନ ନିର୍ଯ୍ୟାତନାର କିପରି ପ୍ରତିରୋଧ କରି ପାରିବେ ତାହା ବୁଝାଇଥିଲେ । ଶେଷରେ ଶ୍ରୀମତୀ ମିନା କୁମାରୀ ଟହଲ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷା ଅନୁଷ୍ଠାନର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ”ସଖି” ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ହିଂସା ମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

