ବାଲୁଗାଁ ରେ ରେଳ ଧାରଣାରେ କଟି ଖଣ୍ଡ ଖଣ୍ଡ ହେଲା ଛଅ ଫୁଟର ଅଜଗର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅନ୍ତର୍ଗତ ସରଳାପଦର ଗ୍ରାମ ନିକଟସ୍ଥ ମାମୁଁ ଭଣଜା ପାହାଡ ପାଖ ରେଳଧାରଣା ରେ କୌଣସି ଏକ ଟ୍ରେନରେ କଟି ଗୋଟେ ଛଅ ଫୁଟ ର ଅଜଗର ସାପ ଖଣ୍ଡ ଖଣ୍ଡ ହୋଇ ପଡି ରହିଥିଲା | ସୂଚନା ଅନୁସାରେ ଆଜି ସକାଳ ଭୋର ସମୟରେ ଗ୍ରାମର କିଛି ଲୋକ ମାମୁଁ ଭଣଜା ପାହାଡ଼ର ଆର ପଟକୁ ନିଜର ଜମିକୁ ଧାନ ଆଣିବାକୁ ଯିବାବେଳେ ରେଳ ଧାରଣା ଉପରେ ଗୋଟିଏ ଅଜଗର ସାପ କଟି ଖଣ୍ଡ ଖଣ୍ଡ ହୋଇ ପଡ଼ିଥିବାର ଦେଖିଥିଲେ l ସାପଟି ଖାଦ୍ୟ ଅନ୍ୱେଷଣ ରେ ଆସିଥିବା ଅନୁମାନ କରାଯାଉଛି | ଖବର ପାଇ ବାଲୁଗାଁ ବନବିଭାଗ ସେଠାରେ ପହଁଚି ସାପଟିକୁ ଜବତ କରିଥିଲେ l ଉକ୍ତ ସାପଟି ଛଅ ପୁଟ ଲମ୍ୱ , ପ୍ରାୟ ପନ୍ଦର କେଜି ଓଜନ ହେବ l ସାପଟିକୁ ପୋତି ଦିଆଯିବ ବୋଲି ବନବିଭାଗ ସୂଚନା ଦେଇଛି |

Leave a Reply

Your email address will not be published. Required fields are marked *