ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ ଦିବସ ପାଳିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେଡ୍ ରିବନ କ୍ଲବ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନବାସୀ ସେବା ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ମୁଖ୍ୟବକ୍ତା ଭାବେ ସିସିଆଇର ସୁପରିଟେଣ୍ଡେଣ୍ଟ ଅଦ୍ଵେଶା ମହାପାତ୍ର, ସମ୍ମାନିତ ଅତିଥି ଭାବେ କାଉନସେଲର ଗୀତାଞ୍ଜଳି ପଣ୍ଡା ଯୋଗଦେଇ ନିଜ ବକ୍ତବ୍ୟରେ ମହାମାରୀ ଏଡ୍ସର ଭୟାବହତା ସମ୍ପର୍କରେ ସଚେତନ କରାଇଥିଲେ । ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ଓ ରେଡ୍ ରିବନ କ୍ଲବ ର ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ସଭାପତିତ୍ବ କରିଥିଲେ । କାଉନସେଲର ଅଧ୍ୟାପକ ଦଣ୍ଡପାଣି ଭୂୟାଁ ଦିବସର ତାତ୍ପର୍ଯ୍ୟ କହି ଧନ୍ୟବାଦ ଅର୍ପଣ କରିଥିଲେ । ତାଲୁକ ଆଇନ ସେବା ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଡିବେଟ, କୁଇଜ, ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *