ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶାର ଐତିହ୍ୟ କୀର୍ତ୍ତିରାଜିର ଅନେକ ସ୍ମାରକୀ ନିର୍ମାଣ କରି ବଢେଇ ଜାତିର ପୂର୍ବ ପୁରୁଷ ମାନେ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି । କିନ୍ତୁ ଆଜି ମଧ୍ୟ ବଢେଇ ପେଶାଦାର କାରିଗର ମାନେ ସରକାରଙ୍କ ବିଭିନ୍ନ ଯୋଜନା ରୁ ବଞ୍ଚିତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର- ବାଲୁଗାଁ- ଚିଲିକା ଆଞ୍ଚଳିକ ବିଶ୍ଵକର୍ମା ସମିତିର ସଭାପତି ବିଜୟ ମହାରଣା ଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭା ବାଣପୁର ସ୍ଥିତ ମେଘାମ୍ଭାରୀ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଗତ ୩ ତାରିଖ ଦିନ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ମହାରଣା ସମ୍ପ୍ରଦାୟ କୁ ସାମିଲ କରାଯାଇ ଥିବାରୁ ବାଣପୁର- ବାଲୁଗାଁ- ଚିଲିକା ଆଞ୍ଚଳିକ ବିଶ୍ଵକର୍ମା ସମିତି ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣେଇଥିଲେ । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧକ୍ଷ ଗୋପୀନାଥ ମହାରଣା ଯୋଗଦେଇ ବଢେଇ ସମାଜର ବିଭିନ୍ନ ସମସ୍ୟା ଉପରେ ନିଜର ବକ୍ତବ୍ୟ ଦେବା ସହ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖିବେ ଓ ମହାରଣା ସମ୍ପ୍ରଦାୟ ବ୍ୟକ୍ତି ଉକ୍ତ ଯୋଜନାରେ କିଭଳି ଅଧିକ ବ୍ୟକ୍ତି ଉପକୃତ ହୋଇ ସେଥିପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଚିଲିକା ନିର୍ବାଚନ ମଣ୍ଡଳୀର ବାଲୁଗାଁ ବାଣପୁର ଅଞ୍ଚଳର ବଡକୁଳ, ଗବପଦର, ବେଲପଢା, ମଠପାଟଣା, ରାଣୀପଡ଼ା, ସାନହନ୍ତୁଆଡ, ଓଡ଼ଗାଁ , ସାହସପୁର, ଭାପୁର, ନାଚୁଣୀ, ବଉଳାବନ୍ଧ, ସିଙ୍ଗେଶ୍ୱର ପରି ଆହୁରି ଅନେକ ଗ୍ରାମର ଚାରିଶହ ରୁ ଉର୍ଦ୍ଧ ବିଶ୍ଵକର୍ମା ସମ୍ପ୍ରଦାୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ସତ୍ୟ ନାରାୟଣ ମହାରଣା, ଲିଙ୍ଗରାଜ ମହାରଣା, ବାବୁଲା ମହାରଣା, ପ୍ରମୋଦ ମହାରଣା, ଶେଷଦେବ ମହାରଣା ପ୍ରମୁଖ ପରିଚାଳନା କରିଥିଲେ । ବିଶ୍ଵକର୍ମା ସମାଜର ବିଭିନ୍ନ ସମସ୍ୟା ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ଭାବେ ଜଣେଇବା ପାଇଁ ପ୍ରସ୍ତାବ ଗୃହୀତ ହେଲା ।
ବାଣପୁର ବାଲୁଗାଁ ଚିଲିକା ଆଞ୍ଚଳିକ ବିଶ୍ଵକର୍ମା ସମିତିର ସାଧାରଣ ସଭା !!!

