ସର୍ବ ଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍ – ୨୦୨୨ ଉଦଘାଟିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଉଦଘାଟିତ ହୋଇଯାଇଛି ସର୍ବ ଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍ – ୨୦୨୨ ! ଉଦଘାଟନୀ ମ୍ୟାଚରେ ପାରାମାଉଣ୍ଟସ୍ ସ୍ପୋଟିଂକୁ ୫ ୱିକେଟରେ ହରାଇଲା ଏସ.ବି ଇଲେଭେନ ! ନୟାଗଡ଼ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ପୃଷ୍ଠ ପୋଷକତାରେ ସର୍ବ ଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍ – ୨୦୨୨ ନୟାଗଡ଼ ସ୍ୱୟଂ ଶାସିତ ମହବିଦ୍ୟାଳୟର ଖେଳ ପଡିଆରେ ଉଦଘାଟିତ ହୋଇଯାଇଛି । ନୟାଗଡ଼ କପ୍ ପ୍ରଥମ ଦିବସ ମ୍ୟାଚକୁ ନୟାଗଡ଼ ପୌର ପରିଷଦର ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ବ୍ଲକ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ ଲିଃ ର ସଭାପତି ରବିନ୍ଦ୍ରନାଥ ସାହୁ ଉଦଘାଟନ କରିଥିଲେ । ସର୍ବ ଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନୟାଗଡ଼ କପ୍-୨୦୨୨ ପ୍ରଥମ ଦିବସ ରେ ମୁହାଁମୁହିଁ ହୋଇଥିଲେ ପାରାମାଉଣ୍ଟସ ସ୍ପୋଟିଂ କ୍ଲବ୍ ଓ ଏସବି ଇଲେଭେନ୍ କ୍ଲବ୍ ।

ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟର ରୂପାନ୍ତରିତ ପଡ଼ିଆରେ ଏସ୍.ବି ଇଲେଭେନ୍ କ୍ଲବ ଟସ୍ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇ ପାରାମାଉଣ୍ଟ ସ୍ପୋଟିଂ କ୍ଲବକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ପାରାମାଉଣ୍ଟସ୍ ସ୍ପୋଟିଂ କ୍ଲବର ସତ୍ୟରଂଜନ ଓ ସୁଦର୍ଶନ ଓପନିଂ କରିବାକୁ ଆସିଥିବା ବେଳେ ଏସ.ବି ଇଲେଭେନ୍ କ୍ଲବର ଘାତକ ବୋଲର ମିଲନ୍ ସାମଲ ବୋଲିଂର ଭାର ସମ୍ଭାଳିଥିଲେ । ମିଲନ୍ ସାମଲଙ୍କ ଘାତକ ବୋଲିଂକୁ ସମୁଖୀନ କରିନପାରି ପ୍ରଥମ ଓଭରରେ ୧ ରନ୍ ଦେଇ ୨ ଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ଭାବେ ପାରାମାଉଣ୍ଟସ ସ୍ପୋଟିଂ କ୍ଲବ୍ ୨.୨ ଓଭରରେ ୬ରନ କରି ୪ଟି ୱିକେଟ୍ ହରାଇଥିଲେ । ଲଗାତର ଭାବେ ପାରାମାଉଣ୍ଟସ୍ ସ୍ପୋଟିଂ କ୍ଲବର ୱିକେଟ୍ ଯିବା ପରେ ଦଳର ଆଶୁତୋଷ ଓ ମିଲନ ବୁଝିସୁଝି ଖେଳିଥିଲେ । ଯାହାଫଳରେ ଉଭୟ ୩୮ ରନ୍ ସହଭାଗିତାରେ ଦଳର ସ୍କୋରକୁ ୪୬ରନରେ ପହଞ୍ଚାଇଥିଲେ । ପାରାମାଉଣ୍ଟସ୍ ସ୍ପୋଟିଂ କ୍ଲବ୍ ନିର୍ଦ୍ଧାରିତ ୨୦ ଓଭର ପୂର୍ବରୁ ଅର୍ଥାତ୍ ୧୯ ଓଭରରେ ଦଳର ସମସ୍ତ ମୂଲ୍ୟବାନ ୱିକେଟ୍ ହରାଇ ୬୧ ରନ୍ କରିବାରେ ସକ୍ଷମ ହୋଇପାରିଥିଲା । ଆଶୁତୋଷ ସାହୁ ୪୨ଟି ବଲ ସମୁଖୀନ ହୋଇ ୪ ଟି ଚୌକା ସହାୟତାରେ ୨୪ ରନ କରିଥିବା ବେଳେ ମିଲନ ପରିଡା ୩୩ ଟି ବଲ ଖେଳି ୧ ଟି ଛକା ଓ ୧ ଟି ଚୌକା ସହାୟତାରେ ୧୮ ରନ୍ କରିଥିଲେ । ତେବେ ଏସ୍.ବି ଇଲେଭେନ୍ କ୍ଲବର ବୋଲର ମିଲନ୍ ସାମଲ ୪ ଓଭର ବୋଲିଂ କରି ୧୪ରନ ବ୍ୟୟରେ ୫ଟି ୱିକେଟ୍ ଅକ୍ତିଆର କରି ଦଳ ପାଇଁ ସଫଳତା ହାସଲ କରିଥିବା ବେଳେ ଜ୍ୟୋତି ବେହେରା ୨ ଓଭରରେ ୨ ରନ ଦେଇ ୨ ଟି ୱିକେଟ୍ ହାସଲ କରିଥିଲେ ଏବଂ ଦଳର ସୁମନ୍, ଅଂଶୁମାନ ଓ ବିକାଶ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ । ଦ୍ୱିତୀୟ ଇନିସରେ ଏସ୍.ବି ଇଲେଭେନ୍ କ୍ଲବ୍ ୬୨ ରନର ବିଜୟ ଲକ୍ଷ ନେଇ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ଜ୍ୟୋତି ରଂଜନ ଓ ଜନ୍ମେଜୟ । ଏସ୍.ବି ଇଲେଭେନ୍ କ୍ଲବ ୧.୪ ଓଭରରେ ମାତ୍ର ୩ ରନ କରିଥିବା ବେଳେ ମିଲନ ପରିଡା ବଲରେ ଏଲବିଡବ୍ଲ୍ୟୁ ହୋଇ ଆଉଟ୍ ହୋଇ ପ୍ୟାଭେଲିୟନ୍ ଫେରିଥିଲେ । ପାରାମାଉଣ୍ଟସ୍ ସ୍ପୋଟିଂ କ୍ଲବର ଘାତକ ବୋଲିଂକୁ ସାମ୍ନା କରି ଏସ୍.ବି ଇଲେଭେନ୍ କ୍ଲବ୍ ୧୪ ଓଭରରେ ଦଳର ମୂଲ୍ୟବାନ ୫ଟି ୱିକେଟ୍ ହରାଇ ବିଜୟ ହାସଲ କରିଥିଲେ । ଏସ୍.ବି ଇଲେଭେନର ଜ୍ୟୋତିରଂଜନ ୨୧ ଟି ବଲରେ ୩ ଟି ଚୌକା ସହାୟତାରେ ୧୭ ରନ କରିଥିବା ବେଳେ ସିଦ୍ଧାନ୍ତ ୧୮ ଟି ବଲକୁ ସାମ୍ନାକରି ୧ ଟି ଚୌକା ସହାୟତାରେ ୧୩ ରନ କରିଥିଲେ । ସେହିପିର ଅମିତ୍ ୨୩ ଟି ବଲର ସମୁଖୀନ ହୋଇ ଗୋଟିଏ ଚୌକା ସହାୟତାରେ ୧୦ ରନ୍ କରିଥିଲେ । ପାରାମାଉଣ୍ଟସ୍ ସ୍ପୋଟିଂ କ୍ଲବର ବୋଲର ମିଲନ ପରିଡା ଓ ଶକ୍ତି ଦାସ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିବା ବେଳେ ରଞ୍ଜିସ୍ ଯାଦବ ୧ ଟି ୱିକେଟ୍ ଅକ୍ତିଆର କରିଥିଲେ । ନୟାଗଡ଼ କପ୍ – ୨୦୨୨ର ପ୍ରଥମ ମ୍ୟାଚରେ ଏସ୍.ବି ଇଲେଭେନ୍ କ୍ଲବ, ପାରାମାଉଣ୍ଟସ୍ ସ୍ପୋଟିଂ କ୍ଲବକୁ ୫ ୱିକେଟ୍ ହରାଇ ପ୍ରଥମ କ୍ୱାଟର ଫାଇନାଲରେ ପ୍ରବେଶ କରିଛି ଏସ୍.ବି ଇଲେଭେନ୍ କ୍ଲବ ଭୁବନେଶ୍ୱର । ଆଜିର ମ୍ୟାଚରେ ଏସ୍.ବି ଇଲେଭେନ୍ କ୍ଲବର ମିଲନ ସାମଲକୁ ମ୍ୟାନ୍ ଅଫ ଦ ମ୍ୟାଚ୍ ଘୋଷଣା ହେବା ପରେ ଅତିଥିଙ୍କ ଦ୍ୱାରା ଟ୍ରଫି ସହ ପୁରଷ୍କାର ପ୍ରଦାନ କରାଯାଇଛି । ଉଦଘାଟନି ମ୍ୟାଚକୁ ବିସିସିଆଇ ଲେବୁଲ୍ ୱାନର ଅମ୍ପୟାର ଶରତ ଚନ୍ଦ୍ର ସାହୁ ଓ ଓସିଏର ଅମ୍ପୟାର ପ୍ରଦୀପ କୁମାର ଜେନା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଗଣେଶ୍ୱର ମିଶ୍ର ଓ ଆଶୁତୋଷ ମିଶ୍ର ଧାରା ବିବରଣୀ ପ୍ରଦାନ କରିଥିଲେ । ଆସନ୍ତାକାଲି ମ୍ୟାଚ୍ ପୋଷ୍ଟାଲ ଓଡ଼ିଶା ବନାମ ରାମେଶ୍ୱର ସ୍ପୋଟିଂ କ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *