ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋପାଳପୁର ଗ୍ରାମ ପଞ୍ଚାୟତ ମୁଗମଣ୍ଡା ଗ୍ରାମରେ ଦୀର୍ଘ ବାର ବର୍ଷ ତଳେ ଗ୍ରାମର ପୂର୍ବ ଦିଗରେ ଥିବା ବାଲୁଙ୍କେଶ୍ୱର ମନ୍ଦିର ନିକଟ ମଙ୍ଗଳା ମନ୍ଦିର ଓ ଦୈନିକ ସନ୍ଧ୍ୟା ଦିଆଯାଉ ଥିବା ଓସ୍ତ ବୃକ୍ଷ ମୂଳେ ମହିଳା ମାନେ ଶନି ଓଷା କରି ଆସୁଥିଲେ l କେତେଜଣ ମହିଳାଙ୍କ ପ୍ରସ୍ତାବରେ ଶନି ମନ୍ଦିର ନିର୍ମାଣ ପାଇଁ ଆଗ୍ରହୀ ବ୍ୟକ୍ତିମାନେ ସମସ୍ତଙ୍କୁ କହି କିଛି କିଛି ଅର୍ଥ ସଂଗ୍ରହ କରି ରଖିଥିଲେ l ସେମାନଙ୍କ ଆଗ୍ରହ ଦେଖି ଗ୍ରାମର ନବକିଶୋର ଦଳାଇ ଖୁସି ହୋଇ ସେମାଙ୍କୁ ସହଯୋଗ କରି ମୁଖ୍ୟ ପୁରୋଧା ଭାବେ ପ୍ରଭୁ ଶନିଦେବ ମନ୍ଦିର, ମା ତାରିଣୀ ମନ୍ଦିର ଓ ବଜରଙ୍ଗ ଵାଲୀ ହନୁମାନ ମନ୍ଦିର ନିର୍ମାଣ କରି ବିଗ୍ରହ ମାନଙ୍କ ମୂର୍ତ୍ତି ବ୍ରାହ୍ମଣ ପୂଜକ ଓ ପୁରୋହିତ ମାନଙ୍କ ଦ୍ୱାରା ପ୍ରତିଷ୍ଠା କରିଥିଲେ l ସେବେ ଠାରୁ ପ୍ରତିବର୍ଷ ଜନ୍ମ ଦିବସ ତିଥି ଅନୁସାରେ ମାର୍ଗଶିର ମାସର ଶୁଭ ମଙ୍ଗଳବାରରେ ପାଳନ ହୋଇ ଆସୁଅଛି l ଇତି ମଧ୍ୟରେ ନବକିଶୋର ଦଳାଇ ସ୍ୱର୍ଗ ବାସୀ ହୋଇଥିବା ବେଳେ ଠାକୁର ମାନଙ୍କ ସେବା ପାଇଁ କୌଣସି ସମ୍ପତିର ବ୍ୟବସ୍ଥା ନଥିବାରୁ ଏବେ ବହୁ କଷ୍ଟରେ ସମସ୍ତ ନୀତିକାନ୍ତି ହେଉଛି l ବର୍ତମାନ ଗ୍ରାମର ଅନ୍ୟ ଜଣେ ହନୁମାନ ଭକ୍ତ ସୁଧାକର ମହାରଣା ନିଜସ୍ୱ ଆଗ୍ରହରେ ଠାକୁରଙ୍କ ସମସ୍ତ ଅନୁଷ୍ଠାନିକ କାର୍ଯ୍ୟକୁ କର୍ତ୍ତା ଭାବେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସହଯୋଗରେ କରୁଛନ୍ତି l ଗତ ମଙ୍ଗଳବାର ଦିନ ହନୁମାନଙ୍କ ଜନ୍ମ ଦିବସ ପାଳନ ହୋଇଥିଲା l ଠାକୁରଙ୍କ ପୂଜକ ପ୍ରଭାସ ପାଢ଼ୀ ଓ ମୁଖ୍ୟ ପୁରୋହିତ ଭାବେ ଗଡ଼ମାଣତୀର ଗ୍ରାମର ବୁଲୁ ରଥଙ୍କ ଦ୍ୱାରା ଏକ ଦିବସୀୟ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଗ୍ରାମର ପୁଷ୍କରିଣୀରେ ବରୁଣ ପୂଜା ସାରି ସାତ ଜଣ ମହିଳା କଳସ ଶୋଭାଯାତ୍ରାରେ ଜଳ ଆଣି ଘଟ ସ୍ଥାପନ କରିଥିଲେ ! ଦିବା ଦଶ ଘଟିକାରେ ପୂଜା ଆରମ୍ଭ ହୋଇଥିଲା , ଗ୍ରାମର ଆରାଧ୍ୟ ଠାକୁର ବାଲୁଙ୍କେଶ୍ୱର ଦେବଙ୍କୁ ନିମନ୍ତ୍ରଣ କରି ପୂଜକ ଲକ୍ଷ୍ମୀଧର ମହାପାତ୍ରଙ୍କ ଦ୍ୱାରା ଯଜ୍ଞ ମଣ୍ଡପକୁ ଅଣାଯାଇଥିଲା l ଦ୍ବିପ୍ରହର ସମୟରେ ଅଗ୍ନୀ ଦେବଙ୍କୁ ଆବାହନ କରି ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା l ସନ୍ଧ୍ୟା ସମୟରେ ପୂର୍ଣ୍ଣାହୁତି ଦିଆଯାଇଥିଲା l ପରେ ମାନସିକଧାରୀ, ଆଗନ୍ତୁକ ଭକ୍ତ, ଗ୍ରାମବାସୀ ପ୍ରସାଦ ସେବନ କରିଥିଲେ l ଉକ୍ତ କାର୍ଯ୍ୟରେ ଗ୍ରାମର ବାସିନ୍ଦା ବ୍ରହ୍ମଚାରୀ ଦୀନବନ୍ଧୁ ଲେଙ୍କା , ଶିକ୍ଷକ ଶତ୍ରୁଘନ ଦଳାଇ, ନିରଞ୍ଜନ ସେଠୀ, ଫକୀର ମୋହନ ବେହେରା ଓ କପିଳେଶ୍ଵର ବେହେରା, ସଂସାରୀ ଲେଙ୍କା, ଜନାର୍ଦନ ବାରିକ, ପ୍ରଶାନ୍ତ ସାମନ୍ତରା ଆଦି ଅନେକ ବ୍ୟକ୍ତି ବିଶେଷ ସହଯୋଗ କରିଥିଲେ l
ପ୍ରଭୁ ବଜରଙ୍ଗବାଲୀ ଙ୍କ ମନ୍ଦିର ର ଦ୍ୱାଦଶ ଜନ୍ମ ଦିବସରେ ଏକ ଦିବସୀୟ ଯଜ୍ଞ ଅନୁଷ୍ଠିତ !!!

