ଚିଲିକାରେ ପୁଣି ମାତିଲେ ପକ୍ଷୀ ଶିକାରୀ : ୭ ମୃତ ବିଦେଶୀ ପକ୍ଷୀ ଜବତ , ଶିକାରୀ ଗିରଫ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକାରେ ପୁଣି ମାତିଲେ ପକ୍ଷୀ ଶିକାରୀ । ଶୀତ ଋତୁରେ ଚିଲିକା ପକ୍ଷୀଙ୍କ କିଚିରି ମିଚିରି ଶବ୍ଦରେ ମୁଖରିତ ହୋଇ ଉଠୁଥିବା ବେଳେ ଚିଲିକାରେ ସକ୍ରିୟ ହୋଇ ଉଠନ୍ତି ପକ୍ଷୀ ଶିକାରୀ । ଶୁକ୍ରବାର ଦିନ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଅଧିନ ପୁରୀ ଜିଲ୍ଲାର ଗଡିଶାଗଦା ଥାନା ଅଧିନସ୍ଥ ଆଳିପଡା ଗାଁ ମାଆ କାଳିଜାଇ ମନ୍ଦିର ନିକଟରେ ପକ୍ଷୀ ଶିକାର ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗକୁ ଚଢ଼ାଉ କରି ଜଣଙ୍କୁ ଗିରଫ କରିବା ସହ ୭ ମୃତ ବିଦେଶୀ ପକ୍ଷୀ ଜବତ କରିଛି । ଟାଙ୍ଗୀ ବନ୍ୟପ୍ରାଣୀ ଅଧିକାରୀ ଚୂଡ଼ାରାଣୀ ମୁର୍ମୁଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ଚଢ଼ାଉ କରିଥିଲା । ମୃତ ବିଦେଶୀ ପକ୍ଷୀ ଗୁଡିକ ଲାର୍ଜ ହୁଇସିଲିଂ ଡକ୍ ବୋଲି ସୂଚନା ମିଳିଛି । ପକ୍ଷୀ ମାନଙ୍କୁ କଇଁଫୁଲ ନାଡ଼ରେ ବିଷ ଦେଇ ଶିକାର କରାଯାଇଥିବା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଗିରଫ ପକ୍ଷୀ ଶିକାରୀ ଜଣକ ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଆଳିପଡା ଗ୍ରାମର ବିଜୟ ସାହୁ । ଏହି ଚଢ଼ାଉ ସମୟରେ ଭୂଷଣ୍ଡପୁର ଫରେଷ୍ଟର ଜିତେନ୍ଦ୍ରୀୟ ଜେନା, ଫରେଷ୍ଟ ଗାର୍ଡ଼ ଭାନୁମତି ବେହେରାଙ୍କ ସମେତ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ସାମିଲ ଥିଲେ । ମୃତ ପକ୍ଷୀ ଗୁଡ଼ିକୁ ପଞ୍ଚନାମା ପାଇଁ ପଠାଇବା ସହ ଗିରଫ ପକ୍ଷୀ ଶିକାରୀର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *