ଖଣ୍ଡାୟତ କ୍ଷତ୍ରୀୟ କଳ୍କୀ ସେନା ଓଡିଶାର ନୂତନ କମିଟି ଗଠନ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତୀର ଗ୍ରାମର ମା ରାମଚଣ୍ଡୀଙ୍କ ପୀଠରେ ଖଣ୍ଡାୟତ କ୍ଷତ୍ରୀୟ କଳ୍କୀ ସେନା, ଓଡିଶା ର ତତ୍ୱାବଧାନରେ ଆଜି ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଯୋଗିନାଥ ବଳିୟାରସିଂହଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଉକ୍ତ ସଂଗଠନ 2014 ମସିହା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଦଳିତ ଏବଂ ନିଷ୍ପେସିତ ଜନସାଧାରଣଙ୍କୁ ସାମାଜିକ ନ୍ୟାୟ ପ୍ରଦାନ , ରକ୍ତଦାନ ଶିବିର, ଚାଷୀ ମାନଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଜଣାଇବା, ପାଇକ ଆଖଡ଼ାକୁ ପୁନଃଉଦ୍ଧାର କରିବା, ବୃକ୍ଷ ରୋପଣ, ନିଶା ନିବାରଣ ଇତ୍ୟାଦି ଅନେକ ଗୁଡିଏ ଜନ ହିତକର କାର୍ଯ୍ୟକ୍ରମ କରିଆସୁଛି l ଉକ୍ତ କାର୍ଯ୍ୟକ୍ରମ ଆହୁରି କିପରି ଉନ୍ନତ କରାଯିବ ସେଥି ନିମନ୍ତେ ଅନୁଷ୍ଠାନର କମିଟି ସଦସ୍ୟଙ୍କୁ ପରିବର୍ତ୍ତନ କରାଯାଇ ନୂତନ କମିଟି ଗଠନ କରାଯାଇଛି l ଏହାର ନୂତନ ସଭାପତି ଯୋଗିନାଥ ବଳିୟାରସିଂହ ହୋଇଥିବା ବେଳେ ସମ୍ପାଦକ ହୋଇଛନ୍ତି ବିଷ୍ଣୁ ଚରଣ ସାମନ୍ତରାୟ ଏବଂ କୋଷାଧକ୍ଷ ଭାର ସମ୍ଭାଳିଥିଲେ କୁଞ୍ଜବିହାରୀ ସୁନ୍ଦରାୟ l ଉକ୍ତ ସଭାରେ ଖୋର୍ଦ୍ଧା, ପୁରୀ, ନୟାଗଡରୁ ଅନେକ କର୍ମକର୍ତ୍ତା ନବକିଶୋର ବିଧାର, ପ୍ରଦୀପ ରାଉତରାୟ, କେଦାରେଶ୍ୱର ଜଗଦେବ,ପଦ୍ମଲୋଚନ ରାଉତରାୟ, ବିରାଟ ବଳିୟାରସିଂହ, ଦିବାକର ସୁନ୍ଦରାୟ, ମାନସ ରଞ୍ଜନ ବାହୁବଳେନ୍ଦ୍ର,ମଦନମୋହନ ରଣଜିତ ସିଂଦେଓ, ଜମ୍ବେଶ୍ୱର ମଙ୍ଗରାଜ ପ୍ରମୁଖଙ୍କ ସହିତ ଶତାଧିକ ଖଣ୍ଡାୟତ ସଦସ୍ୟ ଯୋଗଦେଇ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ l ପରିଶେଷରେ ଅନୁଷ୍ଠାନର କର୍ମକର୍ତ୍ତା ନିରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *