୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ଓଭର୍ ବ୍ରିଜ ନିକଟରେ ବଢ଼ିବାରେ ଲାଗିଛି ରାଜପଥ ଲୁଟେରା ଙ୍କ ଦୌରାତ୍ମ୍ୟ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଓଭର୍ ବ୍ରିଜ ଉପରେ ପୁଣି ଥରେ ଜାତୀୟ ରାଜପଥ ଲୁଟେରା ଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି । ଗତ କିଛି ଦିନ ତଳେ ଏହି ସ୍ଥାନରେ ଗୋଟିଏ ଦିନରେ ଦୁଇ ଦୁଇଟି ଘଟଣା ଘଟିଥିବା ବେଳେ ଆଉ ଥରେ ଏହାର ପୁନରାବୃତ୍ତି ଘଟିଛି । ମାତ୍ର ଜଣେ ମହିଳା ଜୀବନ ବୀମା ଏଜେଣ୍ଟଙ୍କ ସାହସିକତା ପାଇଁ ଜାତୀୟ ରାଜପଥ ଲୁଟେରାଙ୍କ ସମସ୍ତ ପ୍ରୟାସ ବେକାର ହୋଇଗଲା । କିନ୍ତୁ ନିଜେ ବାଇକ୍ ରୁ ପଡି ମହିଳା ଜଣକ ଗୁତୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତର ମହିଳା ଜଣକ ବଡପୋଖରିଆ ନିକଟସ୍ଥ କଣ୍ଠପୁର ଗ୍ରାମର ମମତା ମୁଦୁଲି । ସେ ନିଜର ଜଣେ ସଂପର୍କିୟଙ୍କ ସହିତ ଜୀବନ ବୀମା କାର୍ଯ୍ୟରେ ବାଇକ୍ ରେ ବସି ଯାଉଥିବା ବେଳେ ଚଣ୍ଡେଶ୍ୱର ଓଭର ବ୍ରିଜ୍ ନିକଟରେ ଏକ ପଲସର ବାଇକ୍ ରେ ଦୁଇ ଜଣ ଲୁଟେରା ତାଙ୍କ ବାଇକ୍ କୁ ପିଛା କରୁଥିବାର ଆଶଙ୍କା କରିଥିଲେ । ଠିକ୍ ସେହି ସମୟରେ ଚଳନ୍ତା ବାଇକ୍ ରୁ ଲୁଟେରା ମାନେ ମହିଳାଙ୍କ ଭ୍ୟାନିଟ୍ ବ୍ୟାଗ୍ ଭିଡିବା ବେଳେ ମହିଳା ଜଣଙ୍କ ସାହସର ସହିତ ଲୁଟେରାଙ୍କ ବାଇକ୍ କୁ ଏକ ଗୋଇଠା ମାରିଥିଲେ । ଫଳରେ ନିଜର ଭାରସାମ୍ୟ ହରାଇ ଲୁଟେରା ଜୀବନ ଧରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । କିନ୍ତୁ ମହିଳା ଜଣକ ବାଇକ୍ ରୁ ପଡି ଗୁରୁତର ଆହତ ଅବସ୍ଥାରେ ଲହୁ ଲୁହାଣ ହୋଇଥିବାର ସୂଚନା ମିଳିଛି । ଏଠାରେ ବାରମ୍ଵାର ଏଭଳି ଘଟଣା ଘଟି ଚାଲିଥିବା ବେଳେ ପୋଲିସ୍ ର ପେଟ୍ରୋଲିଂ କଡା କଡି କରାଯାଉ ନଥିବାରୁ ଏଭଳି ଘଟଣା ଘଟୁଥିବାର ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *