ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିସ୍କୁଟ୍ ଲୋଭ ଦେଖାଇ ଦୁଷ୍କର୍ମ । ୬ ବର୍ଷର ଶିଶୁ ପୁତ୍ରକୁ ବିସ୍କୁଟ୍ ଖାଇବାକୁ ଦେଇ ଡାକି ନେଲା ୧୭ ବର୍ଷର ନାବାଳକ । ମୋବାଇଲ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ପରେ ୬ ବର୍ଷର ଶିଶୁ ପୁତ୍ର ଗୁରୁତର ହୋଇଛି । ଘଟଣା ହେଉଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହାଟବରଡି ପଞ୍ଚାୟତ ଜୟନ୍ତୀପୁର ଗ୍ରାମରେ । ଗତ କାଲି ଅପରାହ୍ନରେ ଜୟନ୍ତୀପୁର ଗ୍ରାମର ଏକ ୬ ବର୍ଷର ଶିଶୁ ପୁତ୍ରକୁ ବିସ୍କୁଟ୍ ଲୋଭ ଦେଖାଇ ସେହି ଗ୍ରାମର ଜଣେ ୧୭ ବର୍ଷର ନାବାଳକ ତା ଘରକୁ ଡାକି ନେଇଥିଲା । ବିସ୍କୁଟ୍ ଖାଇବାକୁ ଦେବା ପରେ ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖାଇ ନାବାଳକ ଜଣକ ଶିଶୁ ପୁତ୍ରକୁ ଦୁଷ୍କର୍ମ କରିଥିଲା । ଫଳରେ ଯନ୍ତ୍ରଣାରେ ଛଟ ପଟ ହେବା ସହ ଚିତ୍କାର କରିବାରୁ ଭୟରେ ଛାଡି ଦେଇଥିଲା ନାବାଳକ । ଶିଶୁ ପୁତ୍ରର ମଳ ଦ୍ୱାର ରୁ ରକ୍ତସ୍ରାବ ପରେ ଘର ଲୋକେ ଘଟଣା ସଂପର୍କରେ ପଚାରିଥିଲେ । ଶିଶୁ ପୁତ୍ରକୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ଘର ଲୋକେ । ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ପୁତ୍ରର ଚିକିତ୍ସା ଗତ ରବିବାର ବିଳମ୍ବିତ ରାତିରେ କରାଯାଇଥିବା ବେଳେ , ଅଧିକ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ କାଲି ପଠା ଯାଇଥିଲା ବୋଲି ଜଣା ପଡିଛି । ପରିବାର ଲୋକେ ଥାନାରେ ଅଭିଯୋଗ ପରେ ନାବାଳକ କୁ ଅଟକ ରଖି ତଦନ୍ତ କରୁଥିବା ଜଣା ପଡିଛି । ଘଟଣା ସଂପର୍କରେ ପୋଲିସ୍ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ବାଲୁଗାଁ ଏସଡିପିଓ ମାନସ ରଂଜନ ବାରିକ୍ ଏହି ଘଟଣାର ତଦନ୍ତ କରିବା ପରେ ସମସ୍ତ ଘଟଣା ଜଣା ପଡିବ ବୋଲି ସୂଚନା ମିଳିଛି ।
ଟାଙ୍ଗୀରେ ବିସ୍କୁଟ୍ ଲୋଭ ଦେଖାଇ ୬ ବର୍ଷର ଶିଶୁ ପୁତ୍ରକୁ ଦୁଷ୍କର୍ମ କଲା ୧୭ ବର୍ଷର ନାବାଳକ !!!

