କାଶୀନଗରରେ ବଣୁଆ ହାତୀଙ୍କ ଉପଦ୍ରବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀନଗର ବ୍ଲକର ଅଲଡା, କୋଲା, ହରିପୁର, କରଣିଭଦ୍ରା ଆଦି ଅଞ୍ଚଳରେ ବଣୁଆ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି ! ଧାନ ଅମଳ ସମୟ ଥିବା ବେଳେ ଦୁଇଟି ହାତୀ ଆସି ପାଚିଲା ଧାନ ଖାଇବା ସହ ଚାଷ ଜମିକୁ ଦଳି ଚକଟି ନଷ୍ଟ କରୁଛନ୍ତି । ଆଖି ଆଗରେ ବର୍ଷ ଯାକର ପରିଶ୍ରମ ବୃଥା ହୋଇ ଯାଉଥିବାରୁ, କ୍ଷେତ ଉଜାଡି ଯାଉଥିବା ଦେଖି ଚାଷୀ ଓ ସ୍ଥାନୀୟ ଲୋକମାନେ ହାତୀ ଘଉଡ଼ାଇବାକୁ ବାଜା ବଜାଇ, ବାଣ ଫୁଟାଇ, ସ୍ଥାନୀୟ ପନ୍ଥା ଆପଣେଇ ଥିବା ବେଳେ ଏସବୁ ଯୋଗୁଁ ହାତୀମାନେ ଭୟଭୀତ ହୋଇ ଅଧିକ ନଷ୍ଟ କରୁଛନ୍ତି । ହାତୀ ବୁଲୁଥିବା ସ୍ଥାନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ବନ୍ଦ କରାଯାଉଥିବା ଯୋଗୁଁ ଲୋକମାନେ ହଇରାଣ ହେଉଛନ୍ତି । ଅନ୍ୟ ପଟେ ବନ ବିଭାଗ କର୍ମଚାରୀ ମାନେ ହାତୀଙ୍କ ସୁରକ୍ଷା ପାଇଁ ଦିନ ରାତି ସଜାଗ ରହି ହାତୀ ମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ବୋଲି କାଶୀନଗର ବନାଞ୍ଚଳ ଅଧିକାରୀ ସୁଧୀର କୁମାର ବେହେରା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *