କେରାଣ୍ଡି ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ର କେରାଣ୍ଡି ଗ୍ରାମ ଠାରେ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମ ସଭାରେ କେରାଣ୍ଡି ପଞ୍ଚାୟତର ସରପଞ୍ଚ ଏରୁସୁ ଦଣ୍ଡପାଣି, ସମିତି ସଭ୍ୟ ଡି. ଧାର୍ମା ରାଓ, କେରାଣ୍ଡି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କେ.ଚନ୍ଦ୍ର।ରାଓ, ଯୋଗଣ ସହାୟକ ଆର. ଶଙ୍କର ରାଓ ଉପସ୍ଥିତ ରହିଥିଲେ ! ଆୟୋଜିତ ଗ୍ରାମ ସଭାରେ ଗ୍ରାମ ପଞ୍ଚାୟତର ଉନ୍ନତିମୂଳକ ଯୋଜନା ଉପରେ ଆଲୋଚନା, ମହାତ୍ମା ଗାନ୍ଧୀ କର୍ମ ନିଶ୍ଚିତ ଯୋଜନା, ସାମାଜିକ ସୁରକ୍ଷା ଯୋଜନା ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ର ବିଭିନ୍ନ ଗ୍ରାମର ଜନ ସାଧାରଣ ଉପସ୍ଥିତ ରହି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ନିଜର ମତ ବ୍ୟକ୍ତ କରିଥିଲେ । ସେହିପରି ପଞ୍ଚାୟତର ବିଭିନ୍ନ ରାଜସ୍ୱ ଗ୍ରାମରେ ପଲ୍ଲି ସଭା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଗ୍ରାମସଭା ଅନୁଷ୍ଠିତ ହୋଇଛି ବୋଲି କେରାଣ୍ଡି ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ କେ ଚନ୍ଦ୍ର।ରାଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *