ମହୀପୁର ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର !!!

0
292

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ମହାମାରୀ ସଂକ୍ରମଣ ପରି ଜରୁରୀକାଳୀନ ପରିସ୍ଥିତିରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର . ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମହିପୁର ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଶିବିରକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ସମ୍ମାନୀତ ଅତିଥି ଭାବରେ ନୂଆଗାଁ ବ୍ଳକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ , ବ୍ଲକ ଉପଧକ୍ଷ୍ୟା ପୁଷ୍ପାଞ୍ଜଳୀ ସାହୁ ଯୋଗଦାନ କରିଥିବା ସମୟରେ ନୂଆଗାଁ ବ୍ଲକ ଯୁବ ବିଜେଡି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି , ଛାତ୍ର ବିଜେଡି ନୟାଗଡ଼ ଜିଲ୍ଲା ଉପ-ସଭାପତି ଅମୂଲ୍ୟ ସାହୁ , ଛାତ୍ର ବିଜେଡି ବ୍ଲକ ସଭାପତି ସୁବ୍ରତ କୁମାର ପରିଡ଼ା , ନୁଆଗାଁ ବ୍ଲକ୍ ବିଜେଡି ସଭାପତି ସନ୍ୟାସୀ ସାମଲ, ନୁଆଗାଁ ବ୍ଲକ୍ ବିଜେଡି ଉପ-ସଭାପତି ମୁରଲୀଧର ଜେନା , ଯୁବ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ . ଅନେକ ଦଳୀୟ କାର୍ଯ୍ୟକର୍ତ୍ତା ଶିବିରରେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ l ଆଗାମୀ ଦିନରେ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ନିର୍ବାଚନମଣ୍ଡଳୀରେ ଅଧିକ ବ୍ୟାପକ କରାଯିବ ବୋଲି ବିଧାୟକ ଶ୍ରୀ ବେହେରା କହିଛନ୍ତି . ଆୟୋଜିତ ଶିବିରରେ ସମୁଦlୟ 70 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା .

LEAVE A REPLY

Please enter your comment!
Please enter your name here