କଟକଣା କୁ ଫୁ !! ବାଙ୍କୀ ବଜାରରେ ଖଚାଖଚ ଭିଡ !!!!

0
332

Loading

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସାବିତ୍ରୀ ବ୍ରତ ସଉଦା କିଣିବା ନାମରେ ବାଙ୍କୀ ବଜାରରେ ଖଚାଖଚ ଭିଡ . ଦୋକାନୀ ଗ୍ରାହକ କେହି ବି କଟକଣା ମାନିବାକୁ ପ୍ରସ୍ତୁତ ନୁହେଁ . ଲାଗୁଛି ଯେମିତି ରଜ ସାବିତ୍ରୀ ପାଇଁ କିଣାବିକା ଚାଲିନି ବରଂ , କରୋନା ବଣ୍ଟା ଚାଲିଛି । କଟକଣା କୁ ଫୁ କରି ଉଡାଇ ଦେଉଛନ୍ତି ଲୋକ । ବିଭିନ୍ନ ସ୍ଥାନରେ ପୋଲିସ ପେଟ୍ରୋଲିଙ୍ଗ୍ କରା ଯାଇଥିଲେ ସୁଧା ସେପରି କିଛି ଆଖିଦୃଶିଆ ଠୋସ ପଦକ୍ଷେପ ଗ୍ରହଣ କରା ଯାଉନାହିଁ . ଅମାନିଆ ଲୋକଙ୍କ ଭିଡ ଆଗରେ ପୁଲିସ ପ୍ରଶାସନ ପାଲଟିଛି ନାଚାର । ବଜାରରେ ଏହି ଜନଗହଳି କୁ ଦେଖିଲେ ଲାଗୁଛି ବାଙ୍କୀ ଅଞ୍ଚଳରେ ଆଗାମୀ ଦିନରେ କରୋନା ମହାମାରୀ ସ୍ଥିତି ଭୟଙ୍କର ରୂପ ନେବ . ଗତ ସପ୍ତାହରେ ସ୍ୱାବ ଟେଷ୍ଟିଙ୍ଗ ସମୟରେ ବାଙ୍କୀ ଅଞ୍ଚଳରୁ 26 ଜଣ ପଜିଟିଭ ଚିହ୍ନଟ ହୋଇଥିବା ସମୟରେ ଲୋକଙ୍କର ଏପରି ବେପରଵା ନୀତି ବାସ୍ତବରେ ଚିନ୍ତାଜନକ ଅଟେ ।

LEAVE A REPLY

Please enter your comment!
Please enter your name here