ବିଶ୍ବ ମାନବାଧିକାର ଦିବସ ଅବସରରେ ” ମହିଳା ହିଂସା ବିରୋଧ ସଚେତନା ଅଭିଯାନ” କାର୍ଯ୍ୟକ୍ରମ !!!

0
128

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ର ଅଗ୍ରଣୀ ସେବାସଂସ୍ଥା “ଏକତା ପରିଷଦ ଟ୍ରଷ୍ଟ” ଦ୍ୱାରା ୨୬ ନଭେମ୍ବର ମାନବାଧିକାର ଦିବସ ଠାରୁ ଆରମ୍ଭ କରାଯାଇଥିବା ମହିଳା ହିଂସା ବିରୋଧି ସଚେତନତା କାର୍ଯ୍ୟକ୍ରମ ଶନିବାର ଦିନଠୁ ଦୀର୍ଘ ୧୬ ଦିନ ପରେ ଶାଳିଆ ଡ୍ୟାମ ଠାରେ ଉଦଯାପିତ କରାଯାଇଛି । ଦୀର୍ଘ ୧୬ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମରେ ବାଣପୁର ବ୍ଲକର ବିଭିନ୍ନ ଦଳିତ ଓ ଆଦିବାସୀ ଅଂଚଳରେ ମହିଳା ମାନଙ୍କୁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମ ଟି ଆଦିବାସୀ ଅଂଚଳ ଓ ଦଳିତ ଗ୍ରାମର ସଂଗଠନର ସଭାପତି ଓ ନିଜେ ମ୍ୟାନେଜିଂ ଟ୍ରଷ୍ଟି ସନ୍ଧ୍ୟା ଦେବୀ ଙ୍କ ଦ୍ବାରା ପରିଚାଳନା କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମାଜସେବୀ ଅବସର ପ୍ରାପ୍ତ ଶିଶୁ ବିକାଶ ଅଧିକାରିଣୀ ଡା. ବିଦୁପ୍ରଭା ରଥ, ଗଂଜାମ ଜିଲ୍ଲା ସାମାଜିକ ସଂସ୍ଥା ସଂପାଦକ ଭାଲ୍ଲାପ୍ରସାଦ ଷଡଙ୍ଗୀ, ସରପଂଚ ଦାମିଆ ଶ୍ରୀମତି ବୀଣାପାଣି ଷଣ୍ଡ ତଥା ସ୍ଥାନୀୟ କର୍ମକର୍ତା ଯୋଗଦେଇ ମହିଳା ଶୋଷଣ ଓ ସେମାନଙ୍କ ପ୍ରତି ହେଉଥିବା ହିଂସା ବିରୋଧରେ ଅନେକ ଉପାୟ ଶିକ୍ଷା ଦେବା ସହ ନିଜକୁ ବଂଚାଇବା ସହ ମହିଳା ମାନଙ୍କ ପ୍ରତି ହେଉଥିବା ଉତ୍ପିଡନକୁ ବିରୋଧ କରିବା ଓ ନିଜକୁ ନିର୍ଭୟ ଓ ଶକ୍ତିଶାଳୀ କରିବା ଓ ସିଧାସଳଖ ଭାବେ ବିରୋଧ କରିବା ସହ ଆବଶ୍ୟକ ସ୍ଥଳେ ଆଇନ ଓ ପ୍ରଶାସନ ପର୍ଯ୍ୟନ୍ତ ଅବଗତ କରାଇବାକୁ ଆଦୌ ଭୟ ନକରିବାର ଉଜ୍ଜା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଆଦିବାସୀ ମହିଳା, ସ୍କୁଲ କଲେଜର ଛାତ୍ରୀ ଓ ଦଳିତ ମହିଳା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଏକତା ପରିଷଦ ଟ୍ରଷ୍ଟ ର ଟ୍ରଷ୍ଟୀ ସନ୍ଧ୍ୟା ଦେବୀ ଓ  କର୍ମକର୍ତା ଶୃଙ୍ଖଳତାର ସହ ସହଯୋଗ କରି ଦୀର୍ଘ ୧୬ ଦିନର କାର୍ଯ୍ୟକ୍ରମକୁ ଫଳପ୍ରଦ କରିବାରେ ସଫଳ ହୋଇଥିଲେ ।

 

 

LEAVE A REPLY

Please enter your comment!
Please enter your name here