ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ, ଦୁଲଣାପୁର ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏକ ପେଡ ମା କେ ଲିଏ ଅନୁଷ୍ଠିତ ହୋଇଯାଇଛି | ତାଳବସ୍ତ ପିଏମ ଶ୍ରୀ ବିଦ୍ୟାଳୟ, ବିଦ୍ୟାଧରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କୁ ନେଇ ପିଲାଙ୍କ ଭିତରେ ପ୍ରଶ୍ନୋତ୍ତରୀ,ବୃକ୍ଷକୁ ସ୍ଲୋ ଗାନ ପ୍ରତିଯୋଗିତା କରାଯାଇଥିଲା | ମା ପାଇଁ ଗଛ ଟିଏ ଲଗାଇବାର ସଚେତନ କାର୍ଯ୍ୟକ୍ରମରେ ତାଳବସ୍ତ ସେବା ସମବାୟ ସମିତି ଲିଃର ସଭାପତି ଅକ୍ଷୟ କୁମାର ବେହେରା, ତାଳବସ୍ତ ଫାଣ୍ଡି ଅଧିକାରୀ ରତ୍ନାକର ପ୍ରଧାନ,ବରିଷ୍ଠ ନାଗରିକ ଶ୍ୟାମ ସୁନ୍ଦର ପରିଡ଼ା, ନାଏବ ସରପଞ୍ଚ ଗଦାଧର ବସ୍ତି, ଶିକ୍ଷକ ମାନସ ନନ୍ଦ,ପ୍ରଧାନ ଶିକ୍ଷୟତ୍ରୀ ଲିଜା ରାଉତ, ଶିକ୍ଷକ ପ୍ରଦୀପ୍ତ ପୋଥାଳ, ବିଦ୍ୟାଧରପୁର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଗଗନ ବେହେରା ପ୍ରମୁଖ ଯୋଗ ଦେଇଥିଲେ | ଛାତ୍ରଛାତ୍ରୀ ଅଭିଭାବକମାନଙ୍କ ଭିତରେ ଗଛର ଉପକାରିତା ଉପରେ ବ୍ୟାପକ ସଚେତନତା ଦରକାର ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ |
ଦୁଲଣାପୁର ଏବଂ ତାଳବସ୍ତ ଗ୍ରାମ ପଂଚାୟତ ଅଧୀନରେ ଥିବା ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ !!!

