ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ରେ ଦୀର୍ଘ ଦିନ ଧରି ଅଧ୍ୟକ୍ଷ ପଦନେଇ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା । ଏପରି ସ୍ଥଳେ ତାହାର ଆଜି ସମ୍ପୁର୍ଣ୍ଣ ପରିସମାପ୍ତି ଘଟିଛି ଓ ନୁତନ ଅଧ୍ୟକ୍ଷ ଭାବରେ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାର ମୁଖ୍ୟ ବିନାୟକ ହୋତା ବିଧିବଦ୍ଧ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ବକୁଳ ବନର କୋକିଳ କବି ତଥା ପଞ୍ଚସଖା ଙ୍କ ମଧ୍ୟରେ ଅନ୍ୟତମ ସ୍ବର୍ଗତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଥିବା ଗୋଦାବରୀଶ ମହାବିଦ୍ୟାଳୟରେ ଦୀର୍ଘଦିନ ଧରି ଅଧ୍ୟକ୍ଷ ପଦକୁ ନେଇ ବିବାଦ ଉପୁଜିଥିଲା । ଦାୟିତ୍ବରେ ଥିବା ଅଧ୍ୟକ୍ଷଙ୍କ ବିରୋଧରେ ବିଭିନ୍ନ ଦୋଷାରୋପ ଥାଇ କିପରି ଅଧ୍ୟକ୍ଷ ପଦର ଦାୟିତ୍ବ ଦିଆଯାଇଥିଲା , ତାହାକୁ ନେଇ ସାଧାରଣରେ ବେଶ ଆଲୋଚନାର ବିଷୟ ପାଲଟିଥିଲା । ଆଜି ତାହାର ଅନ୍ତ ଘଟିଛି । ନୂତନ ଅଧ୍ୟକ୍ଷ ଭାବେ ବିନାୟକ ହୋତା ଦାୟିତ୍ୱ ନେବା ସହ ମହାବିଦ୍ୟାଳୟର ଉନ୍ନତି ଓ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାରେ ବିକାଶ ଲାଗି ଦୃଷ୍ଟି ଦେବେ ବୋଲି ପ୍ରକାଶ କରିଛନ୍ତି । ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଜୟା ବନ୍ଦନା ରାଉତରାୟ , ଅଧ୍ୟାପକ ଏସପି ଏନ୍ଏସ ବର୍ମା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ହୋତା ଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ତେବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦାୟିତ୍ବ ନେବା ପରେ ଶ୍ରୀ ହୋତା ବିଶେଷ କରି ଅଧ୍ୟାପକ,ଅଧ୍ୟାପିକା, ସମସ୍ତ କର୍ମଚାରୀ ଓ ପରିଚାଳନା କମିଟିର ସହଯୋଗ ଏକାନ୍ତ ଆବଶ୍ୟକ ବୋଲି କହିବା ସହ ପୂଣ୍ୟାତ୍ମା ଗୋଦାବରୀଶଙ୍କ ନାମର ନାମିତ ମହିବିଦ୍ୟାଳୟର କିଭଳି ପୂର୍ବ ଗୌରବ ଫେରି ଆସିବ ସେନେଇ ସମସ୍ତଙ୍କ ସହଯୋଗ ଭିକ୍ଷା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଶ୍ରୀ ବର୍ମା ପରିଚାଳନା କରିଥିଲେ ।