ରୋଗୀ ସେବା ଆଗ – ନା ପ୍ରଶିକ୍ଷଣ ଆଗ ???

0
44
Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟ ରେ HIV ପରୀକ୍ଷା ପାଇଁ ରୋଗୀ ହେଉଛନ୍ତି ହନ୍ତସନ୍ତ ! ଟେକ୍ନିଶୀୟାନ ଙ୍କର ମନମୁଖୀ କାରବାରରେ ରୋଗୀ ଅତିଷ୍ଠ ! କର୍ମଚାରୀ ଙ୍କର ୟେ କିଭଳି ମାନବିକତା, ଗର୍ଭବତୀ ମହିଳାଙ୍କୁ ଘଣ୍ଟା ଘଣ୍ଟା ଠିଆ କରି ନର୍ସିଂ ଛାତ୍ର ଛାତ୍ରୀଙ୍କୁ ଟ୍ରେନିଂ ଦେବା ୟେ କଣ ସ୍ୱାସ୍ଥ୍ୟ ସେବା , ସ୍ୱାସ୍ଥ୍ୟ ସେବା ନାଁରେ ଚାଲିଛି ଏଠି ପ୍ରହସନ ! ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଘଟି ଚାଲିଛି ଏହିଭଳି ନିନ୍ଦନୀୟ ଘଟଣା ! ଗଣମାଧ୍ୟମରେ ପ୍ରକାଶ ହେଲେ ମଧ୍ୟ କିଛି ଫରକ୍ ପଡୁନି ଖୋର୍ଦ୍ଧା ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କୁ ! ଯଦି ଗର୍ଭବତୀ ମହିଳାଙ୍କୁ ଠିଆ କରିବା ବେଳେ ଯଦି କୌଣସି ଅଘଟଣ ଘଟିଥାନ୍ତା ତାହେଲେ କିଏ ଦାୟୀ ରହିବ ! ପ୍ରତି ଖୋର୍ଦ୍ଧା ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଙ୍କର କଣ ନାହିଁ ନଜର , ନା ଜାଣି ଶୁଣି ଚାଲିଛି ୟେ ପ୍ରହସନ, ଖାଲି ଦେଖିବାକୁ ବାକି ରହିଲା – ସରକାର ଏବଂ ସ୍ଥାନୀୟ ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ଏହି ଟେକ୍ନିଶୀୟାନ ଙ୍କ ବିରୁଦ୍ଧରେ !

LEAVE A REPLY

Please enter your comment!
Please enter your name here