ବାଲୁଗାଁ ଆଇଏନଏସ ଚିଲିକା ତଟ ଦେଶରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସମୂହରେ ୪୧ ତମ ବାର୍ଷିକ ଉତ୍ସବ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଆଇଏନଏସ ଚିଲିକା ତଟ ଦେଶରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସମୂହରେ ୪୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ର ଅଧ୍ୟକ୍ଷ ଦିବାକର ଭୋଇ ଏବଂ ଶିକ୍ଷକ ମାନଙ୍କ ସହଯୋଗରେ ୪୧ ତମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଆଇଏନଏସ ଚିଲିକାର ମୁଖ୍ୟ କମାଣ୍ଡିଙ୍ଗ ଅଫିସର କମାଣ୍ଡର ଏନ ପି ପ୍ରଦୀପ ଙ୍କ ସହିତ ଅନ୍ୟ ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । କେନ୍ଦ୍ରୀୟ ବିଦ୍ୟାଳୟ ର ଏନସିସି କ୍ୟାଡ଼ର ମାନେ ପ୍ୟାରେଡ ରେ ଅତିଥି ମାନଙ୍କୁ ପାଛୋଟି ନେଇ ସଭାସ୍ଥଳରେ ଉପବେଶନ କରାଇଥିଲେ । ପ୍ରଥମେ ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ସମସ୍ତ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରି ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ନୃତ୍ୟ ଗୀତରେ ପରିବେଶ ବେଶ୍ ରୁଚିକର ହୋଇ ଉଠିଥିଲା । ଅଭିଭାବକ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିଥିଲେ । ଆଶାତୀତ ପରିମାଣରେ ଅଭିଭାବକ ମାନେ ଉପସ୍ଥିତ ଥିଲେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ର ଦାୟୀତ୍ବ ସମ୍ପନ୍ନ ଶିକ୍ଷକ ଓ କର୍ମଚାରୀ ମାନେ ଆତିଥେୟତାରେ କୌଣସି ତ୍ରୁଟି କରିନଥିଲେ । କାର୍ଯ୍ୟକ୍ରମର ସମ୍ପାଦନା ଓ ପରିଚାଳନା ବହୁତ ଉଚ୍ଚ କୋଟିର ହୋଇ ପାରିଥିଲା ! ପରିଶେଷରେ ବରିଷ୍ଠ ଶିକ୍ଷକ ସୁବ୍ରତ ବଳିୟାରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *