ଫୁଲ ଚାଷ ତାଲିମ ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଡସ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ନାବାର୍ଡ ଭୁବନେଶ୍ୱର ସହାୟତାରେ କାଶୀ ନଗର ବ୍ଳକ ପୁରୁଟିଗୁଡ଼ା ଗ୍ରାମ ଠାରେ 30 ଜଣ ମହିଳା ଫୁଲ ଚାଷୀଙ୍କ ଫୁଲ ଚାଷ ମାଧ୍ୟମରେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଏକ ତାଲିମ ଶିବିର ଆରମ୍ଭ କରାଯାଇଛି । ଉକ୍ତ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ରେ ଏଲ ଡି ଏମ୍ ଶ୍ରୀ ମଣ୍ଡଳ ଏବଂ ନାବାର୍ଡ ଜିଲ୍ଲା ଅଧିକାରୀ ପ୍ରତୀକ ପଣ୍ଡା ! ମହିଳା ମାନେ ଫୁଲ ଚାଷକୁ ବ୍ୟାପକ ଭାବରେ କରି ଜିଲ୍ଲାର ଫୁଲର ଚାହିଦାକୁ ପୂରଣ କରି ପାରିଲେ ସେମାନେ ଏହି ଚାଷରୁ ଭଲ ଅର୍ଥ ରୋଜଗାର କରି ପାରିବେ ବୋଲି ପରାମର୍ଶ ଦେଇଥିଲେ । ତା ସହ ଫୁଲ ଚାଷ କରିବା ପାଇଁ ସରକାରଙ୍କ ତରଫରୁ କୃଷି ଏବଂ ଉଦ୍ୟାନ ବିଭାଗ ତରଫରୁ ରହିଥିବା ବିଭିନ୍ନ ଯୋଜନାରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କୁ ଆର୍ଥିକ ସ୍ୱାକ୍ଷରତା ସମ୍ବନ୍ଧରେ ୟୁନିୟନ ବ୍ୟାଙ୍କ ସଂଯୋଜକ ଶରତ ପଟ୍ଟନାୟକ ସଚେତନ କରିଥିଲେ । ତା ସହ କାଶୀନଗର ଉଦ୍ୟାନ ବିଭାଗର କର୍ମୀ ଫୁଲ ଚାଷ ସମ୍ପର୍କରେ ବିଭିନ୍ନ ପ୍ରକାର ବିଷୟ ଜଣାଇଥିଲେ ! ଏହି 10 ଦିନ ମଧ୍ୟରେ ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଯିବ, ଉକ୍ତ କାର୍ଯ୍ୟକ୍ରମକୁ ଗଡସ ଅନୁଷ୍ଠାନର କର୍ମକର୍ତ୍ତା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *