ବାଣପୁର ଅଞ୍ଚଳରେ ଶ୍ରୀ ଜଗନ୍ନାଥଙ୍କ ଗୁପ୍ତ ଲୀଳା ସ୍ଥଳୀ ଅନ୍ଧାରିଆ ମହିମର ମହିମା ପ୍ରକଟିତ ହେବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳ ସହିତ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଲୀଳାକୁ ନେଇ ଅନେକ ପ୍ରବାଦ ରହିଛି । ପଞ୍ଚଦଶ ଶତାବ୍ଦୀରେ ଯବନ ମାନଙ୍କ ଆକ୍ରମଣ ସମୟରେ ବହୁବାର ଶ୍ରୀମନ୍ଦିର ରୁ ପଣ୍ଡା ପଢିଆରୀ ମାନଙ୍କ ଦ୍ଵାରା ଚତୁର୍ଦ୍ଧା ବିଗ୍ରହ ଙ୍କୁ ଗୁପ୍ତ ରହଣି ସ୍ଥଳକୁ ସ୍ଥାନାନ୍ତର କରାଯାଇଥିବାର ମାଦଳାପାଞ୍ଜି ରୂ ପ୍ରମାଣ ମିଳେ । ଚିଲିକା ର କାଙ୍କଣକୁଦ,ଵଙ୍କାଡ, ହନ୍ତୁଆଡ ଆଦି ସ୍ଥାନ ଠାକୁର ଙ୍କ ଲୀଳାଖେଳା ଲୋକ ଲୋଚନକୁ ଆସି ଉକ୍ତ ସ୍ଥାନର ମାହାତ୍ମ୍ୟ ବୃଦ୍ଧି ପାଇବା ସହ ସମ୍ପ୍ରତି ଘଞ୍ଚ ଅରଣ୍ୟ ଓ ଉତ୍ତୁଙ୍ଗ ଅନ୍ଧାରିମହିମ ପାହାଡ ଖୋଲରେ ଠାକୁର ଙ୍କ ଗୁପ୍ତ ରହଣି କୁ ନେଇ ହଳନ୍ଦା (ତତ୍କାଳୀନ ନାମ ଧାରେନ୍ଦା) ଚର୍ଚ୍ଚା ର ପରିସରକୁ ଆସିଛି । ଏଠାରେ ଥିବା ରାଧା ମୋହନ ମଠରେ ବିଜେ ରାଧା ମୋହନ, ସନ୍ନିକଟ ରେ ଥିବା ରାଧା କୁଣ୍ଡ, ଶ୍ୟାମକୁଣ୍ଡ (ଯାହାକି ସାରା ବର୍ଷ ଜଳଭରା) ଏବଂ ଚତୁଃପାର୍ଶ୍ଵରେ ଥିବା ପର୍ବତ ମାଳା ଏହି ଗୈ।ରଵୋଜ୍ଜଳ ଅତୀତ ର ମୁଖ ସାକ୍ଷୀ ରୂପେ ରାଜ୍ୟ ଏବଂ ବାହାର ରାଜ୍ୟର ଦୃଷ୍ଟି ଆକର୍ଷଣ କରେ। ଏହି ପରିପ୍ରେକ୍ଷୀରେ ୧୬୨୧ ଖ୍ରୀଷ୍ଟାବ୍ଦରେ ଏଠାକୁ ଶ୍ରୀ ଜଗନ୍ନାଥ ଙ୍କ ବ୍ରହ୍ମକୁ ଅଣାଯାଇ ଆକ୍ରମଣକାରୀ ଅହମ୍ମଦ ବେଗ ମନରେ ଭ୍ରମ ସୃଷ୍ଟି କରା ଯାଇଥିଲା ବୋଲି ପ୍ରମାଣ ମିଳେ । ଖବର ପାଇ ଯବନ ଏହି ସ୍ଥାନକୁ ଆସି ହିଂସ୍ର ଦନ୍ତା ହାତୀ ଦ୍ଵାରା ସେଵକ ଭଗବାନ ଶ୍ୟାମାନନ୍ଦ ଓ ରସିକାନ ନନ୍ଦ ଙ୍କ କୁ ଚକଟାଇ ନିଃଶେଷ କରିବାକୁ ପ୍ରୟାସ କରିଥିବା ବେଳେ ମତ୍ତହସ୍ତୀ ଅଲୈ।କିକ ଭାବେ ବଶୀଭୂତ ହୋଇ ଶ୍ୟାମାନନ୍ଦର ମହାପ୍ରଭୁଙ୍କ ଠାରୁ ମହାମନ୍ତ୍ର ଗ୍ରହଣ କରି ଭକ୍ତ ଗୋପାଳ ଦାଶ ନାମରେ ପରିଚିତ ହୋଇଥିଲେ । ଏହି ଐତିହ୍ୟ ସ୍ଥଳକୁ ଆଜି ସୁଦୂର ମେଦିନୀପୁର ରୁ ପ୍ରଭୁ ଶ୍ୟାମାନନ୍ଦଙ୍କ ଷୋଡଶତମ ପୀଢ଼ି ଶ୍ରୀ କେଶଵାନନ୍ଦ ମହାରାଜ ଆଗମନ କରି ଐତିହ୍ୟ ସମ୍ପର୍କରେ ଅବଗତ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତାଙ୍କ ସହ ଥିଲେ ଜଗନ୍ନାଥ ସଂସ୍କୃତି ର ଅନ୍ୟତମ ପ୍ରଚାରକ ଡଃ ଚନ୍ଦ୍ରଶେଖର ଦାଶ ଏବଂ ଐତିହାସିକ ମଦନମୋହନ ମହାପାତ୍ର । ହଳନ୍ଦା ଗ୍ରାମବାସୀ ନାମ ସଙ୍କୀର୍ତ୍ତନ ମଧ୍ୟରେ ଅତିଥି ମାନଙ୍କୁ ପାଛୋଟି ନେବାପରେ ରାଧାମୋହନ ମଠ ପରିସରରେ ଏକ ସାଧାରଣ ସଭାରେ ଅତିଥି ବୃନ୍ଦ ଐତିହ୍ୟ ସ୍ଥଳ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବିଭିନ୍ନ ପର୍ଯ୍ୟାୟରେ ଉନ୍ନତି ମୂଳକ କାର୍ଯ୍ୟ ଆଗେଇ ନେବାକୁ ଉଦଵୋଧନ ଦେଇଥିଲେ । ବାଣପୁର ମା ଭଗବତୀ ମନ୍ଦିର / ଶ୍ରୀ ଶ୍ରୀ ରଙ୍କନାଥ ଦେବ ମନ୍ଦିର ଠାରୁ ଆୟତପୂର ,ସୁନାଖଳା, ନାଚୁଣୀ,ହରିପୁର, ବଉଳା ବନ୍ଧ, ନଇରି , ରାହାନବେଲି, ପାଇକକୁଷଡିହ,କୁମ୍ଭୀର ପଡ଼ା,ସରଳାପଦର, ବାଲୁଗାଁ ଚିଲିକା କୂଳ ଭାୟା ଦେଇ ସାନ୍ତରାପୁର ଜଗନ୍ନାଥ ମନ୍ଦିର ଠାରେ ପୁରୀ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ଦ୍ଵାରା ଚାରଣ ପ୍ରବ୍ରଜ୍ୟା – ୨୦୨୨ କାର୍ଯ୍ୟକ୍ରମ ୨୪ ତାରିଖ ଠାରୁ ଆରମ୍ଭ କରି ତା ୧ ତାରିଖ ରେ ଉଦଯାପନ କରାଯିବ ।

Leave a Reply

Your email address will not be published. Required fields are marked *