କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅସୁରକ୍ଷିତ ଅବସ୍ଥାରେ ଶ୍ରମିକ ପରିବହନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଶିଳ୍ପାଞ୍ଚଳକୁ ନେଇ କଳିଙ୍ଗନଗର ଗର୍ବ କରୁଥିବା ବେଳେ ସେହି ଶିଳ୍ପ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକ ମାନେ କେତ ଅସୁରକ୍ଷିତ ଅବସ୍ଥାରେ ଯାତାୟତ କରୁଥିବାର ଦେଖିବାକୁ ମିଳିଛି । ଯେଉଁ ଶ୍ରମିକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଆଜି ଶିଳ୍ପକୁ ଚଳାଇବାର ମୁଖ୍ୟ ଭୂମିକା ଗ୍ରହଣ କରିଛି , ସେମାନଙ୍କ ଜୀବନ ପ୍ରତି ମୁହୂର୍ତ୍ତରେ ବିପଦପୂର୍ଣ୍ଣ ରହିଛି । ଏହି ଶିଳ୍ପ ସଂସ୍ଥାରେ ନିୟୋଜିତ ଠିକା ସଂସ୍ଥାର ମାଲିକ ମାନେ ଶ୍ରମିକ ମାନଙ୍କୁ ଅତି ବିପଦପୂର୍ଣ୍ଣ ଭାବେ ଗାଡି ଡାଲାରେ ନେବା ଆଣିବା କରୁଥିବା ଦେଖିବାକୁ ମିଳିଛି । ଦୈନିକ ଶହ ଶହ ଶ୍ରମିକ ଏମିତି ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଥିବା ସମୟରେ ଶ୍ରମିକ ସୁରକ୍ଷା ବିଧେୟକଙ୍କୁ ଫୁ କରିଛି ସ୍ଥାନୀୟ ପ୍ରଶାସନ ! ଶ୍ରମିକ ମାନେ ଯାତାୟତ କରୁଥିବା ସମୟରେ କିଛି ଅଘଟଣ ଘଟିବା ପୂର୍ବରୁ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *