ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଉଦଯାପିତ ହେଲା ନରେନ୍ଦ୍ରପୁର ଗ୍ରାମ ପଂଚାୟତରେ ଚାଲିଥିବା ବିପର୍ଯୟ ପ୍ରଶିକ୍ଷଣ ଶିବିର ! ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ୧୪ ତାରିଖରୁ ଚାଲିଥିବା ବିପର୍ଯ୍ୟୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି ! ଉଦଯାପନୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ସରପଞ୍ଚ ସବିତା ଦାସ । ମୂଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ , ସମ୍ମାନିତ ଅତିଥି ଭାବରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା , କାର୍ଯ୍ୟନିର୍ଵାହୀ ଅଧିକାରୀ ରାଜ କିଶୋର ଖଟେଇ, ଜୟଶ୍ରୀ ପ୍ରଧାନ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ ଶିବିରକୁ OSDMA ରୁ ଆସିଥିବା ପ୍ରଶିକ୍ଷକ ମୋନାଲିସା ପଣ୍ଡା, ବନିତା ଦାସ, ଗୋବିନ୍ଦ ବେହେରା ଓ ଦେବାଶିଷ ପ୍ରଧାନ ୭୫ଜଣ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ବିପର୍ଯ୍ୟୟ ସମୟରେ କିପରି ନିଜକୁ ଓ ଅନ୍ୟମାନଙ୍କୁ ରକ୍ଷା କରିବା ସହ ଆକଷ୍ମିକ ଦୁର୍ଘଟଣା ହେଲେ ଆମେ କିପରି ପ୍ରାଥମିକ ଚିକିତ୍ସା କରିପାରିବା ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ପରେ ଅତିଥି ମାନଙ୍କ ଦ୍ୱାରା ତାଲିମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।
ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ରେ ଚାଲିଥିବା ବିପର୍ଯୟ ପ୍ରଶିକ୍ଷଣ ଶିବିର ଉଦଯାପିତ !!!

